Masthead

ଗଞ୍ଜେଇ ଚାଷ ଉପରେ ନଜର

ମୋହନା (ବଡ଼ ଖବର ବ୍ୟୁରୋ): ପୋଲିସ ଏବଂ ଅବକାରୀ ବିଭାଗର ଜ୍ଞାତସାରରେ ଗଜପତି ଜ଼ିଲ୍ଲାର ଆର. ଉଦୟଗିର ଥାନା ଅଞ୍ଚଳରେ ହୋଇଛି ବ୍ୟାପକ ଗଞ୍ଜେଇ ଚାଷ । ଏବେ ଗଞ୍ଜେଇ ଅମଳ ସମୟ । ଅମଳ ପୂର୍ବରୁ ସମୂଳେ ନଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଭାବେ ଆର. ଉଦୟଗିର ଥାନା କୀରମା ପଞ୍ଚାୟତ ବିମାନପୁର ଗଁ ନିକଟରେ ହୋଇଥିବା ଗଞ୍ଜେଇ କ୍ଷେତରେ ଚଢାଉ କରିଥିଲେ । ୫୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇଗଛକୁ କାଟି ପୋଡି ନଷ୍ଟ କରାଯାଇଛି । ପ୍ରାୟ ୧ ଲକ୍ଷ ୨ ହଜାର ୬୬୦ ଗଛ କାଟି ନଷ୍ଟ କରିଛନ୍ତି ଦସ୍ୱବ ବିଭାଗର କର୍ମଚାରୀ । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଏହି ଚଢ଼ାଉ ରେ ପୋଲିସ, ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ