Masthead

ତୁଷାରପାତରେ ଫସିଛନ୍ତି ୯୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିକ୍କିମରେ ଭୟଙ୍କର ତୁଷାରପାତ । ଫସି ରହିଛନ୍ତି ୯୦୦ ପର୍ଯ୍ୟଟକ । ୮୯ଟି ଗାଡିରେ ଶନିବାର ସନ୍ଧ୍ୟାରେ ନାଥୁଲା ଏବଂ ସୋମଗୋ ହ୍ରଦଠାରୁ ଗାଙ୍ଗଟକକୁ ଫେରୁଥିଲେ। ସେନା ସହିତ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି। ବର୍ତ୍ତମାନ ସୁଧା ୧୫ ଟି ଯାନକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଗାଙ୍ଗଟକ ଠାରୁ ୪୨ କିଲୋମିଟର ଦୂର ରାସ୍ତାରେ ପର୍ଯ୍ୟଟକମାନେ ଅଟକି ରହିଛନ୍ତି।

ରାସ୍ତାରେ ଜମିଥିବା ବରଫକୁ ଧୀରେ ଧୀରେ ସଫା କରାଯାଉଛି ଏବଂ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଉଛି। କିଛି ପର୍ଯ୍ୟଟକ ନିକଟସ୍ଥ ସେନା ଶିବିରରେ ରହିବେ ବୋଲି ଅଧିକାରୀ କହିଛନ୍ତି। ପୂର୍ବ ସିକିମରେ ପ୍ରବଳ ତୁଷାରପାତ ଯୋଗୁ ପ୍ରଶାସନ କିଛି ଦିନ ପୂର୍ବରୁ ନାଥୁଲା ଏବଂ ସୋମଗୋ ହ୍ରଦ ପାଇଁ ପାସ ପ୍ରଦାନ ବନ୍ଦ କରି ଦେଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ