Masthead

ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନାଗିରି (ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ନକ୍ସଲମାନେ ପାଳନ କରିଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ମାଓ ସଂଘଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଆଦିବାସୀ ଯୁବକ ଯୁବତୀମାନଙ୍କୁ ନକ୍ସଲ ସଂଗଠନରେ ମିଶିବା ପାଇଁ ଆହ୍ୱାନ ଦେଇଛନ୍ତି ଲାଲ୍ ବାହିନୀ । ନକ୍ସଲ ପନ୍ଥୀଙ୍କ ବନ୍ଦ ଡାକରା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସଂପୁର୍ଣ ଭାବେ ବନ୍ଦ ରହିଛି । ଅଳ୍ପ କେତେକ ଘରୋଇ ବସ ଯିବା ଆସିବା କରୁଛି । ମାଲକାନଗିରି ଠାରୁ ମୋଟୁ, କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳକୁ ଯିବା ଲାଗି ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି । ନକ୍ସଲ ପନ୍ଥୀଙ୍କ ବନ୍ଦ ଡାକରାକୁ ଆଖିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶଗଡ ଓ ଆନ୍ଦ୍ର ସୀମାନ୍ତକୁ ସିଲ୍ କରାଯାଇଛି । ବିଏସଏଫ ଓ ଏସଓଜି ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସହ ମାଥିଲିର ତୁଳସୀ ପାହାଡ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢିଛି । ଏସଓଜି ଜବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ