Before Header

ମହିଳା କନେଷ୍ଟବଳଙ୍କ ସଙ୍ଗୀନ ଅଭିଯୋଗ: କଳା ସାମ୍ରାଜ୍ୟରେ ମନ୍ତ୍ରୀଙ୍କ ଲିଙ୍କ୍

0 1,129

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଅବକାରୀ ବିଭାଗ କନେଷ୍ଟବଳ ସୁଶାନ୍ତ କୁମାର ପାତ୍ରଙ୍କ କଳା ସାମ୍ରାଜ୍ୟ । ଦୁର୍ଣ୍ଣିତିର ପାହାଡ଼ ଉପରେ ଠିଆହୋଇ ବିଭାଗକୁ କରୁଥିଲା ପରିଚାଳନା । ୨୮ହାଜର ଟଙ୍କା ବେତନ ପାଉଥିବା କନେଷ୍ଟବଳ ପୋଷୁଥିଲା ଶାସକ ଦଳର ସାଂସଦ, ନେତା ମନ୍ତ୍ରୀଙ୍କୁ । ଯୋଗାଉଥିଲା ଅର୍ଥ ଓ ଦାମୀ ଉପହାର । ବିଭାଗର ରକ୍ଷକ ନୁହେଁ ଭକ୍ଷକ ସାଜିଥିଲା ସେ । ଫୋନରେ କରୁଥିଲା ଡିଲ । ସଂଞ୍ଜରେ ଘରକୁ ଆସିଯାଉଥିଲା ପୁଳାପୁଳା ଟଙ୍କା । ଆଉ ରାତିର ଅନ୍ଧାରରେ ସିମା ପାର କରାଉଥିଲା ଗଞ୍ଜେଇଭରା ଟ୍ରକ । ନିଜ ଘର ଭିତରେ ରଖି କରୁଥିଲା ଗଞ୍ଜେଇ କାରବାର । ସିଧାସଳଖ ଏଥିରେ ଥିଲା ସୁପରିଟେଣ୍ଡେଣ୍ଟ ପ୍ରଶ୍ନନ ନାୟକଙ୍କ ସହମତି । ଭାଗବାଣ୍ଟି ନେଉଥିଲେ ଟଙ୍କା ।

ବିଭାଗର ଅନ୍ୟ କର୍ମଚାରୀଙ୍କ ମୁହ ବନ୍ଦ । ଆଉ ଏହି ବେଆଇନ କାରବାର କରିବାରେ ପ୍ରତିବାଦ କରିବାରୁ ନିଜ ପତ୍ନୀଙ୍କୁ ଦେଉଥିଲେ ଅକଥନୀୟ ନିର୍ଯ୍ୟାତନ । ପଶୁଙ୍କ ଭଳି ମାଡ଼ ମାରୁଥିଲେ ସୁଶାନ୍ତ । ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସପି, ଥାନା, ଏପରିକି ବିଭାଗର କମିଶନର ପର୍ଯ୍ୟନ୍ତ ନେହୁରା ହେବାପରେ କୌଣସି ବାଟ ନପାଇ ଶେଷରେ ସେ ଗଣମାଧ୍ୟମ ଆଗରେ ମୁହ ଖୋଲିଛନ୍ତି ପତ୍ନୀ ପ୍ରଜ୍ଞା ପରମିତା ଗାରାବୁଡୁ ମୁହଁ ଖୋଲିଛନ୍ତି । ଆଉ ସୁଶାନ୍ତଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛନ୍ତି । ସୂଚନା ଅନୁସାରେ, ପ୍ରଜ୍ଞା ପରିମିତା ଗାରାବୁଡୁ । ସୁଶାନ୍ତଙ୍କ ପତ୍ନୀ । ହୀନ୍ଦୁ ରୀତିନିତୀ ଅନୁସାରେ ବିବାହ କରିଥିଲେ ।

ବିବାହ ପୂର୍ବରୁ ସେ ପୁଲିସ ବିଭାଗରେ କାର୍ଯ୍ୟ କରୁଥିଲେ । ବିବାହ ପରେପରେ ସେ ଜାଣିପାରିଥିଲେ ଯେ ସ୍ୱାମୀ ସୁଶାନ୍ତ ଖାକି ପୋଷାକକୁ ଢ଼ାଲକରି ଚଳାଇଛନ୍ତି ନିଜର ଏକ କାଳା ସାମ୍ରାଜ୍ୟ । ବର୍ଦ୍ଦି ଆଢ଼ୁଆଳ କରି କରିଚାଲିଛନ୍ତି ବେଆଇନ କାର୍ଯ୍ୟ । ନିଜ କର୍ତ୍ତବ୍ୟ ଓ ନିଷ୍ଠାକୁ ବିକ୍ରି କରିଦେଇ ଆଇନର ରକ୍ଷକ ନୁହେଁ ଭକ୍ଷକ ସାଜିଛନ୍ତି ସ୍ୱାମୀ । ଜଣେ ପୁଲିସ ବିଭାଗର କର୍ମଚାରୀ ହୋଇ ଏହି ଆଇନ ବର୍ହିଭୂତ କାର୍ଯ୍ୟକୁ ସେ କିପରି ସହିଥାନ୍ତେ । ଏହାକୁ ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବିବାଦ । ଏନେଇ ମହିଳା କନେଷ୍ଟବଳଙ୍କ ସଙ୍ଗୀନ ଅଭିଯୋଗ କରିଛନ୍ତି ।
ସୁଶାନ୍ତ କୁମାର ପାତ୍ର । ନିଜ ବାପାଙ୍କ ଦେହାନ୍ତ ପରେ ସରକାରଙ୍କ ଥଇଥାନ ଯୋଜନାରେ ୨୦୧୩ ମସିହାରେ ଅବକାରୀ ବିଭାଗରେ କନେଷ୍ଟବଳ ରୂପେ ଯୋଗଦେଇଥିଲେ । ଆଉ ଚାକିରିର ଦ୍ୱାହିଦେଇ ୨୦୧୭ ମସିହା ନଭେମ୍ବର ୨୮ତାରିଖରେ ବିବାହ କରିଥିଲେ ଭୂବନେଶ୍ୱର ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ଝିଅ ପ୍ରଜ୍ଞା ପରମିତା ଗାରାବୁଡୁଙ୍କୁ । ଆଉ ବିବାହ ପରେ ଶାଶୁ ଘରକୁ ଯିବା ରାସ୍ତାରୁ ଆରମ୍ଭ ହୋଇଥିଲା ତାଙ୍କ ଉପରେ ନିର୍ଯ୍ୟାତନ । ପତ୍ନୀଙ୍କ ହାତରୁ ମୋବାଇଲ ଛଡାଇନେଇ ନିିଜ ଅମଣିଷ ପଣିଆର ପରିଚୟ ଦେଇଥିଲେ ସୁଶାନ୍ତ । କହିଲେ ଫୋନ ବ୍ୟବହାର ମନା ।

ନିଜ ପରିବାର, ସାଙ୍ଗସାଥି ଏପରିକି ପୁଲିସ ବିଭାଗ ସହ କଥାବାର୍ତ୍ତା ହେବାପାଇଁ ବାରଣ କରିଥିଲେ ପ୍ରଜ୍ଞାଙ୍କ ସ୍ୱାମୀ । ବିବାହର ତୃତୀୟ ଦିନରେ ତାଙ୍କ ଆଉଏକ ରୂପ । ଚାକିରି ହେଉବା ସ୍ୱାମୀ । ଗୋଟିଏ ବାଛିନେବାକୁ ଧମକାଇଥିଲେ । ତେଣୁ ବିବାହର ସପ୍ତମ ଦିନରେ ବାଧ୍ୟହୋଇ ଚାକିରି ଛାଡିଥିବା ସେ କହିଛନ୍ତି । ରାୟଗଡ଼ ସହର ମାରୁତି କୋଲନୀ ନିକଟ ଏକଣା ଘରେ ରଖି କରିଚାଲିଲେ ଅକଥନିୟ ଅତ୍ୟାଚାର । ଘରର ଝରକା କବାଟ ସବୁ ବନ୍ଦ । ଖୋଲିବାକୁ ସ୍ପଷ୍ଟ ମନା । ବନ୍ଦ କୋଠାରୀରେ ରହି ସୁଶାନ୍ତ କରିଚାଲିଥିଲେ ମାନସିକ ଓ ଶାରିରୀକ ଅତ୍ୟାଚାର । ସମସ୍ତ ସାମାଜିକ ସମ୍ପର୍କରୁ ଦୂରରେ ରଖିଥିଲେ ନିଜ ପତ୍ନୀଙ୍କୁ । କାର୍ଯ୍ୟାଳୟକୁ ଯିବା ସମୟରେ ବାହାରପଟୁ କବାଟରେ ତାଲା ଠୁଙ୍କି ଯାଉଥିଲେ କନେଷ୍ଟବଳ ସୁଶାନ୍ତ ।

ସ୍ତ୍ରୀ ସହ ଜନ୍ମକରିଥିବା ୩ମାସର ସନ୍ତାନକୁ ମାରିଚାଲିଥିଲେ । ଏପରିକି ଦିନେ ରାତିଅଧରେ ରାୟଗଡ଼ ଷ୍ଟେସନରେ ଆଣି ଛାଡିଚାଲିଗଲେ ସୁଶାନ୍ତ । ଏଥିଲା ତାଙ୍କର ସ୍ତ୍ରୀଙ୍କ ଉପରେ କରିଚାଲିଥିବା ଅତ୍ୟାଚାରା କଥା । ଏହା ବ୍ୟତିତ ଟଙ୍କା କମେଇବା ପାଇଁ ଥିଲା ଆଉ ଏକ କଳା ସାମ୍ରାଜ୍ୟ । ମଦ ଓ ଗଞ୍ଜେଇ ବ୍ୟବସାୟୀଙ୍କୁ ନେଇ ଚଳାଇଆସୁଥିଲେ ସେ । ଆଉ ଏହାକୁ ସହଯୋଗ କରିଆସୁଥିଲେ ସୁପରିଟେଣ୍ଡେଣ୍ଟ । ଘରକୁ କରିଦେଇଥିଲା ଏକ ମାଦକଦ୍ରବ୍ୟର ଆଡ୍ଡା । ମାଦକ ଦ୍ରବ୍ୟ କାରବାରର ପେଣ୍ଠ । ଗତ ସୁପରିଟେଣ୍ଡେଣ୍ଟ ଅନ୍ୟତ୍ର ବଦଳି କରିଦେଇଥିବା ବେଳେ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ଦିନ ସୁପରିଟେଣ୍ଡେଣ୍ଟ ପ୍ରଶନ୍ନ ନାୟକ ପୁଣି ରାୟଗଡ଼କୁ ଫେରାଇଆଣିବା ଏହା ସ୍ପଷ୍ଟ ପ୍ରମାଣ କରୁଛି । କାରଣ ସବୁକଛି ଚୋରା କାରବାରରେ ସୁଶାନ୍ତ ଥିଲେ ଦକ୍ଷ । କାର୍ଯ୍ୟାଳୟ ନୁହେଁ ଘରେ ଚଳାଇଥିଲେ ଆଉ ଏକ ସମାନ୍ତରାଳ କାର୍ଯ୍ୟାଳୟ ।

ମାସିକ ୨୮ରୁ ୩୦ହଜାର ଟଙ୍କା ପାଉଥିବା ଜଣେ କନେଷ୍ଟବଳଙ୍କ ପାଖରେ ଅଛି ଅମାପ ସମ୍ପତି । ପ୍ରତିଦିନ ଘରକୁ ଆସୁଥିଲା ଲକ୍ଷାଧିକ ଟଙ୍କା । ଡ୍ୟୁଟିକୁ ଯିବା ବେଳେ ସାଥିରେ ନାଇ ଆସୁଥିବା ଜବତ ଗଞ୍ଜେଇକୁ ଛୋଟଛୋଟ ପ୍ୟାକେଟ କରି ବିକ୍ରୀକରେ ସେ । ଖୁଚୁରା ବ୍ୟବସାୟୀ ଆସି ନେଇଯାଉଥିଲେ ଗଞ୍ଜେଇ । ସୁଶାନ୍ତଙ୍କ ବଡ ବ୍ୟବସାୟ ହେଲା ଗଞ୍ଜେଇ ଚାଲାଣ । ରାତିର ଅନ୍ଧାରରେ ସେ ଗଞ୍ଜେଇଗାଡିକୁ ରାୟଗଡ ସିମା ପାର କରାଉଥିଲେ ସେ । ମାଲକାନଗିରିରୁ ବାହାରୁଥିବା ଗଞ୍ଜେଇବୋଝେଇ ଗାଡି ରାୟଗଡ ଆସିବା ପୂର୍ବରୁ ଫୋନରେ ସୁଶାନ୍ତ ସହ ଯୋଗାଯୋଗ କରନ୍ତି । ଡିଲହୁଏ । ଟ୍ରକ ଆସିବା ପୂର୍ବରୁ ଧଳା କିମ୍ବା ମାଠିଆ ରଙ୍ଗର ଖାମରେ ଟଙ୍କା ଆସି ପହଞ୍ଚେ । ଆଉ ଟଙ୍କା ପାଇବା ପରେ ରାତିରାତି ଜାଗର ରହି ଟ୍ରକକୁ ରାୟଗଡ ପାର କରାଇଥାନ୍ତି ସୁଶାନ୍ତ । ସମସ୍ତ କାର୍ଯ୍ୟରେ ସୁପରିଟେଣ୍ଡେଣ୍ଟଙ୍କ ସମ୍ପୃକ୍ତି ରହିଛି ।

ସୁଶାନ୍ତଙ୍କ ୨୦ପ୍ରତିଶତ ଆଉ ସୁପରିଟେଣ୍ଡେଣ୍ଟଙ୍କ ୮୦ପ୍ରତିଶତ । ଏଭଳି ଭାଗବଣ୍ଟା ହୁଏ । ଏହି ଟଙ୍କା ବଳରେ ସେ ଚଳାଇଥିଲେ ସମସ୍ତ ବେଆଇନ କାର୍ଯ୍ୟ । ଜଣେ କନେଷ୍ଟବଳ ପାଖରେ କେତେ ସମ୍ପତି ଅଛି ତାହାର କେବେ ଆକଳନ ହୋଇଛିକି ବୋଲି ପ୍ରଜ୍ଞା ପ୍ରଶ୍ନ କରିଛନ୍ତି । କୁମଟିପେଣ୍ଠରେ ସୁଶାନ୍ତଙ୍କ ଜମିରେ ନିର୍ମାଣ ହୋଇଛି ମଦଭାଟି । ଏହା ବ୍ୟତିତ ସହରରେ ମଧ୍ୟ ରହିଛି ଘରବାରି ପ୍ଲଟ । କେଉଁ ମନ୍ତ୍ରୀଙ୍କୁୁ ବିଦେଶ ଗ୍ରସ୍ତପାଇଁ କେତେଟଙ୍କା ଆବଶ୍ୟକ, କମିଶନରଙ୍କ ପିଏକୁ କେତେ ଲାଞ୍ଚ ଦେବା ଦରକାର ବିଭିନ୍ନ ମଦ ଦୋକାନୀଙ୍କ ଠାରୁ ଆଦୟ କରି ପହଞ୍ଚାଇଥାଏ ଏହି ସୁଶାନ୍ତ । କକହିବାକୁ କଲେ କନେଷ୍ଟବଳ କମ ଦଲାଲ ବେଶି ହୋଇଯାଇଥିଲେ ସୁଶାନ୍ତ । ନିଜ ପେଷାରେ ଜଣେ ପୁଲିସ କର୍ମଚାରୀ । ସଂସ୍କାରିତ ପରିବାରର ଝିଅ । ଆଗକୁ ପୁଅର ଭବିଷ୍ୟତ । ଜଣେ ମହିଳା । ଏସବୁ ନିତି ବା କେତେ ସହିଥାନ୍ତା । ତେଣୁ ପାଟି ଖୋଲିଥିଲେ । ପାଟି ଖୋଲବାରୁ ନିସ୍ତୁକ ମାଡ ଖାଇବାକୁ ପଡିଥିଲା । ଅଳ୍ପବହୁତ ମାଡରେ ସେ ସନ୍ତୁଷ୍ଟ ନୁହେଁ । ଉଲଗ୍ନ କରି ରକ୍ତା ବୋହିଲା ପର୍ଯ୍ୟନ୍ତ ମାରିଚାଲୁଥିଲେ ସେ ।

ସୁଶାନ୍ତ ଧିରେଧିରେ ଗଞ୍ଜେଇ ଓ ମଦ ଚୋରା କାରବାରର ଚଳନ୍ତା ଦୋକାନ ପାଲଟିଯାଇଥିଲା । ସଞ୍ଜ ଗଡିଲେ ବେଆଇନ କାରବାର । ଏହାକୁ ପ୍ରତବାଦ କଲେ ମାଡ । ତେଣୁ ଅତି ଦୟନୀୟ ଅବସ୍ଥାରେ ତଡା ଖାଇବା ପରେ ଆଉ ସହିନପାରି ମହିଳା କମିଶନର, ମହିଳା ଥାନା ଠାରୁ ଆରମ୍ଭ କରି ଗତ ଜାନୁୟାରୀ ୨ତାରିଖରେ ଅବକାରୀ ବିଭାଗର କମିଶନର, ପ୍ରୀନ୍ସପାଲ ସେକ୍ରେଟିରି, ରାୟଗଡ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ, ରାୟଗଡ ଏସପି, ଜିଲାପାଳ ପର୍ଯ୍ୟନ୍ତ ନିଜ ସ୍ୱାମୀର ନିର୍ଯ୍ୟାତନା ବିଷୟରେ ଲେଖି ଜଣାଇଥିବା ପ୍ରଜ୍ଞା କହିଛନ୍ତି ।

କାହାଠାରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁକି ତଦନ୍ତ ବି ହେଲାନାହିଁ । ଟଙ୍କା ଦେଇ ପୋଷୁଥିବା ନେତା ମନ୍ତ୍ରୀ, ସାଂସଦ, ଏବଂ ମଦ ବ୍ୟବସାୟୀ ହରିମହାନ୍ତି ସମସ୍ତ ଫେରାଦକୁ ଚାପିଦେଉଥିବା ଅଭିଯୋଗ କରିଛନ୍ତି ପ୍ରଜ୍ଞା । ଅନୁସୂଚିତ ଜାତି ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା ଅନ୍ଧଭାବେ ସୁଶାନ୍ତକୁ ସମର୍ଥନ କରୁଛନ୍‍ତି । ମଦ ବ୍ୟବସାୟୀ ହରି ମହାନ୍ତିଙ୍କ ମଧ୍ୟସ୍ଥିରେସେ ଶାସକ ଦଳର ନେତାଙ୍କୁ ହାତମୁଠରେ ରଖି ଖେଳିଚାଲେ । ଆଉ ଟଙ୍କ ଏବଂ ଦାମୀ ଉପହାର ମନ୍ତ୍ରୀଙ୍କୁ ଦେଇ ପୁଲିସ, ଜିଲାପାଳ, ଏବଂ ସୁପରିଟେଣ୍ଡେଣ୍ଟଙ୍କୁ କହି ମାମଲାକୁ ଚାପିବା ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ବାଧ୍ୟ କରୁଥିବା ପ୍ରଜ୍ଞା ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଉପହାର ସ୍ୱରୁପ ୪୦ଇଞ୍ଚ ଟିଭି କିଣି ଦେବାର କଣ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି ।

୨୦୧୯ ମସିହା ଜାନୁୟାରୀ ୩ତାରିଖ ଦିନ ଭୂବନେଶ୍ୱର ପାତ୍ର ଇଲେକ୍ଟ୍ରୋନିକ୍ସରୁ ଜଗନ୍ନାଥ ସାରକାଙ୍କ ପତ୍ନୀଙ୍କ ଦମୟନ୍ତି ସାରକାଙ୍କ ନାମରେ ଟିଭି କିଣାଯାଇଛି । ଏପରିକି ନିଜେ ପ୍ରଜ୍ଞା ଦମୟନ୍ତି ସାରକା ବୋଲି ଗ୍ୟାରେଣ୍ଟି କାର୍ଡରେ ଦସ୍ତଖତ କରିଥିବା ବେଳେ ସୁଶାନ୍ତ ନିଜେ ନିଜ ଏଟିଏମରୁ ଏହି ଟଙ୍କା ଦେଇଛନ୍ତି । ଜଗନ୍ନାଥ ସାରକାଙ୍କ ଘରକାମ ପାଇଁ ଟାଇଲ ଯେଗାଉଛନ୍ତି ସୁଶାନ୍ତ । ଏପରିକି ପୂର୍ବତ୍ତନ ଅତିରିକ୍ତ ଜିଲାପାଳଙ୍କୁ ମଧ୍ୟ ଗୋଟିଏ ଟିଭି ଉପହାର ଦେଇ ମାମଲାର ବିଚାର ନକରିବାକୁ ଅନୁରୋଧ କରିଥିବା ଅଭିଯୋଗ କରିଛନ୍ତି । ଶାସକଦଳର ଦଳୀୟ ପାଣ୍ଠି ନାମରେ ବର୍ତ୍ତମାନର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଉଥିଲେ ସୁଶନ୍ତ ।

୨୦୧୮ମସିହା ନିର୍ବାଚନ ପୂର୍ବରୁ ଜିଲାର ସମସ୍ତ ଭାଟି ଏବଂ ମଦ ଦୋକାନରୁ ଟଙ୍କା ଆଦୟ କରି ଭାସ୍କର ରାଓଙ୍କ ଦେଇଥିବା ଅଭିଯୋଗ ଆଣିଛନ୍ତି ସେ । ନିଜେ ଟଙ୍କା ନେବା ଆଣିବାର ଏକ ମାଧ୍ୟମ ହୋଇଯାଇଥିଲେ । ପତ୍ନୀଙ୍କୁ ବ୍ୟାଗରେ ଧରାଇ ଯାଇଥିଲେ ବିଶାଖପାଟଣା । ଆଦାୟ କରିଥିବା ୫ଲକ୍ଷ ଟଙ୍କା ସୁଶାନ୍ତଙ୍କ ସହ ନିଜେ ମିସି ଭାସ୍କର ରାଓଙ୍କୁ ଦେଇ ଆସିଥିବା କଥା ମଧ୍ୟ ସେ କହିଛନ୍ତି । ଏହା ବ୍ୟତିତ ସୁଶାନ୍ତଙ୍କର ସହରରେ ଅନେକ ଘରବାରି ଜମି ଟଙ୍କା ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.