Masthead

ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ଆସନ୍ତା ସପ୍ତାହନ୍ତରେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରହିନପାରେ ବୋଲି ତାଙ୍କର ଏକ ମନ୍ତବ୍ୟରୁ ଜଣାପଡ଼ିଛି । ଜୁଲାଇ ୨୬ରେ ତାଙ୍କ ସରକାରର ୨ବର୍ଷ ପୁରା ହେବାକୁ ଯାଉଛି । ଏହାପରେ ବିଜେପି ସଭାପତି ଜେପି ହଡ୍ଡା ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ କାର୍ଯ୍ୟ କରିବେ । ୨ ମାସ ପୂର୍ବେ ସେ ତାଙ୍କ ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇଥିବା କହିଛନ୍ତି। କିନ୍ତୁ ସେ କ୍ଷମତାରୁ ରୁହନ୍ତୁ ବା ନରୁହନ୍ତୁ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବେ ବୋଲି କହିଛନ୍ତି।

ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ଏଦିଗରେ ସହ‌ଯୋଗ କରିବାପାଇଁ ସେ ଅନୁରୋଧ କରିଛନ୍ତି। ୭୮ ବର୍ଷୀୟ ୟେଦୁରପ୍ପା କହିଛନ୍ତି, ଏଯାବତ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ। କିନ୍ତୁ ନିର୍ଦ୍ଦେଶ ମିଳିବାପରେ ସେ ଇସ୍ତଫା ଦେବେ ଏବଂ ଦଳ ପାଇଁ କାମ କର‌ିବେ। ୟେଦୁରପ୍ପା ପୁଣିଥରେ କହିଛନ୍ତି, ଯେତେଦିନ ଯାଏ ଦଳୀୟ ନେତୃବୃନ୍ଦ ଚାହିଁବେ ସେତେଦିନ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିବି। ଦକ୍ଷିଣରେ ବିଜେପିର ପ୍ରଥମ ଏବଂ ଏକମାତ୍ର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗତ ସପ୍ତାହରେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାପରେ ତାଙ୍କ ଇସ୍ତଫା ଚର୍ଚ୍ଚା ଜୋର୍‌ ଧରିଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେବାକୁ ଚାହୁଛନ୍ତି ବୋଲି ଏକ ସୂଚନାରୁ ଜଣାପଡ଼ିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ