Masthead

ଅସହାୟ ବୃଦ୍ଧଙ୍କୁ ଯୁବା ମଞ୍ଚ ବଢ଼ାଇଲା ସହଯୋଗର ହାତ

ହେମଗିରି (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଟପରିଆଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆଜି ଜଣେ ଅସହାୟ ତଥା ଅଜଣା ବୃଦ୍ଧଙ୍କୁ ସହଯୋଗର ହାତ ବଢ଼ାଇଛି। କିଛିଦିନ ହେବ ଟପରିଆସ୍ଥିତ ସାପ୍ତାହିକ ହାଟରେ ବୃଦ୍ଧ ଜଣକ ଆଶ୍ରୟ ନେଇଥିଲେ । ନା ପିନ୍ଧିବାକୁ ଲୁଗା ଥିଲା ନା ଖାଇବାକୁ ଅନ୍ନ। ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ଲକ୍ଷବଚ୍ଚ ବୈଗା ତାଙ୍କୁ ସବୁ ଦିନ ଖାଇବାକୁ ଦେଉଥିଲେ। ଏ ସମ୍ପର୍କରେ ମଞ୍ଚ ପକ୍ଷରୁ ହେମଗିର ବ୍ଲକ ଓ ଥାନାକୁ ସୂଚନା ଦିଆଯାଇଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ବୃଦ୍ଧ ଜଣକ ଶୀତକାକରରେ ଅଖିଆ ଅପିଆ ଜୀବନ ବିତାଉଥିବା ଖବର ପାଇ ମଞ୍ଚ ତାଙ୍କୁ ସହଯୋଗର ହାତ ବଢ଼ାଇବା ସହ ନୂଆ ଲୁଗା ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲା । ବୃଦ୍ଧଙ୍କ ଖାଇବା ପିଇବା କଥା ମଧ୍ୟ ବୁଝୁଥିବାର ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ମଞ୍ଚର ଦୀନେଶ ପଟେଲ, ରାକେଶ ବଡ଼ାଇକ, ଉତେଶ ବାରିକ, ରତ୍ନମଣି ବାଗ, ଉମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ