Masthead

ସୂର୍ଯ୍ୟମନ୍ଦିର ଆନ୍ଦୋଳନ

କୋଣାର୍କ(ବଡ଼ ଖବର ବ୍ୟୁରୋ): ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଆନ୍ଦୋଳନର ସୁରକ୍ଷା ଓ ସଂରକ୍ଷଣ ପାଇଁ ଦୀର୍ଘ ୨୫ ବର୍ଷ ଧରି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଜାରି ରହିଛି ଆନ୍ଦୋଳନ। ପ୍ରତିବର୍ଷ ନଭେମ୍ବର ୧୭ରେ ହୋଇ ଆସୁଛି ଆନ୍ଦୋଳନ ।ସୂର୍ଯ୍ୟମନ୍ଦିରକୁ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ଦାବି ଏବଂ ସ୍ଥାନୀୟ ବ୍ୟବସାୟୀଙ୍କୁ ସ୍ଥାୟୀ ଥଇଥାନ ଦାବିରେ ଏହି ବିକ୍ଷୋଭ ଦୀର୍ଘ ୨୫ ବର୍ଷ ଧରି ଜାରି ରହିଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆଜି ପୂର୍ବାହ୍ନରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଶୋଭାଯାତ୍ରା ମନ୍ଦିର ପରିକ୍ରମା କରିଥିଲା । ପରେ ଶୋଭାଯାତ୍ରାକାରୀମାନେ ମନ୍ଦିର ମୁଖ୍ୟ ଗେଟ ସମ୍ମୁଖରେ ନାରାବାଜି କରିଥିଲେ । ପରେ ସୁରକ୍ଷା ସମିତିର ସଦସ୍ୟମାନେ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ। ଘଟଣାସ୍ଥଳରେ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପହଁଚି ସୁରକ୍ଷା ସମିତିର ଦାବିପତ୍ର ଗ୍ରହଣ କରିବା ସହିତ ଖୁବଶୀଘ୍ର ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ