Masthead

ତୃଷ୍ଣା ମେଣ୍ଟାଇବାରେ ବିଫଳ ଟାଙ୍କି ପାଣି

ଗଞ୍ଜାମ (ବଡ଼ ଖବର ବ୍ୟୁରୋ) ଗ୍ରୀଷ୍ମ ପ୍ରବାହରେ ଓଡ଼ିଶା ସିଝୁଥିବା ବେଳେ ଜୀବନ ରକ୍ଷା ସକାଶେ ପିଇବା ପାଣି ନିତ୍ୟାନ୍ତ ଆବଶ୍ୟକ। ଆଉ ପାଣି ପାଇଁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭ ପୁର ଗ୍ରାମରେ ହାହାକାର ଡାକ ପଡ଼ିଲାଣି। ଦୀର୍ଘ ଏକ ସପ୍ତାହ ହେଲା ପିଇବା ପାଇଁ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ।ଏଥିଯୋଗୁଁ ବାଧ୍ୟ ହୋଇ ଶେଷରେ ରାସ୍ତା ଉପରେ ହାଣ୍ଡି ମାଠିଆ ରଖି ରାସ୍ତାରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।

ବୋର ଗୁଡ଼ିକରେ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ହେଉନାହିଁ। ତେଣୁ ଟାଙ୍କିକୁ ଆସୁଥିବା ପାଣି ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ବିଫଳ ହୋଇଛି । ରାସ୍ତାରୋକ ଯୋଗୁଁ ଯାନବାହାନ ଚଳାଚଳ ଠପ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସରପଞ୍ଚ, ତହସିଲଦାର, ଥାନା ଅଧିକାରୀ ପହଂଚି ବହୁ ବୁଝା ସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ