Masthead

ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ମା’ ଭଦ୍ରକାଳୀଙ୍କ ପୂଜାର ଆଜି ହେଉଛି ଚତୁର୍ଥ ଦିନ । ମା’ଙ୍କ ପୂଜା ଉପଲକ୍ଷେ ସପ୍ତମ ଦିବସ ବ୍ୟାପୀ ମହାଯଜ୍ଞର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଆଜି “ସିଂହବାହିନୀ’ ବେଶରେ ପୂଜା ପାଉଛନ୍ତି। କୋଭିଡ କଟକଣା ଯୋଗୁ ଭକ୍ତମାନଙ୍କ ପାଇଁ ମା’ଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। ମା’ଙ୍କୁ ଆଜି ପୀଠରେ ଦୁର୍ଗତିନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି। ମା’ଙ୍କ ବାହନ ସିଂହ ହୋଇଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା’। ଚାରି ହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା’। ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଠ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା