Masthead

ଲେଖାଶ୍ରୀଙ୍କ ବିବାଦୀୟ ବୟାନ, ତାତିଲା ସତ୍ୟବାଦୀ ବିଜେଡି

ସତ୍ୟବାଦୀ (ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀକୁ ନେଇ ଦେଇଥିବା ବିବାଦୀୟ ବୟାନରେ ଛନ୍ଦି ହୋଇଛନ୍ତି ବିଜେପି ନେତ୍ରୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସତ୍ୟବାଦୀ ବିଜେଡି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ସୋମବାର ରାତିରେ ସତ୍ୟବାଦୀ ବିଜେଡି ପକ୍ଷରୁ ସାକ୍ଷୀଗୋପାଳଠାରେ ଲେଖାଶ୍ରୀଙ୍କ ପୋଷ୍ଟର ଜାଳି ବିକ୍ଷୋଭ ପଦର୍ଶନ କରାଯାଇଛି। ଲେଖାଶ୍ରୀ ତୁରନ୍ତ ତାଙ୍କ ବୟାନ ଫେରାଇ ନେଇ ସର୍ବସମ୍ମୁଖରେ ଭୁଲ ମଗାନ୍ତୁ ବୋଲି ବିଜେଡି ଦାବି କରିଛି। ସୂଚନାଯୋଗ୍ୟ, ଲେଖାଶ୍ରୀ ଏକ ସଭାରେ କହିଥିଲେ ଯେ ପୁରୀକୁ ଦେଶରେ କେହି ଜାଣନ୍ତି ନାହିଁ। ପୁରୀ କଲିକତାରେ ବୋଲି ଅନେକ ଲୋକ ଭାବନ୍ତି।ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପରେ ପୁରୀ ଆଜି ସାରା ଭାରତବର୍ଷରେ ପରିଚିତ ହୋଇଛି ବୋଲି ଲେଖାଶ୍ରୀ କହିଥିଲେ। ଲେଖାଶ୍ରୀଙ୍କ ଏଭଳି ବୟାନ ଜଗନ୍ନାଥପ୍ରେମୀଙ୍କୁ କଠୋର ଆଘାତ ଦେଇଛି। ପୂର୍ବରୁ ଏଭଳି ବହୁ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ଲେଖାଶ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ