Masthead

ବାଲୁଗାଁରେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ବାଲୁଗାଁ (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ଏସଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ ଥାନା ପରିସରରେ ଏସଡିପିଓ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲୁଗାଁ ଆଇଆଇସି, ଏନଏସି କାର୍ଯ୍ୟନିର୍ବହୀ ଅଧିକାରୀ, ଅଗ୍ନିଶମ ଅଧିକାରୀ ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନ କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା ସହ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଥିଲା।
ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡ଼ାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି। ସେହିପରି ଚିଲିକା ରୋଡର ଦୋକାନୀମାନେ ଏନଏସି ଡ୍ରେନ ଉପରେ କୌଣସି ଜିନିଷ ରଖିବେ ନାହିଁ। କୌଣସି ଦୋକନୀ ତାଙ୍କ ଦୋକାନ ସମ୍ମୁଖରେ କୌଣସି ଉଠା ଦୋକାନୀଙ୍କୁ ବସିବା କିମ୍ବା ଠେଲା ଗାଡ଼ି ରଖିବା ପାଇଁ ପ୍ରଶ୍ରୟ ଦେବେ ନାହିଁ। ଦୋକାନ ଆଗରେ ନିଜର, ନିଜ କର୍ମଚାରୀଙ୍କର କିମ୍ବା ଗ୍ରାହକଙ୍କର ଗାଡ଼ି ପାର୍କିଂ କରିବେ ନାହିଁ। ନିଜ ଜିନିଷପତ୍ର ଲୋଡିଂ ବା ଅନଲୋଡିଂ କେବଳ ରାତି ୯ଟାରୁ ସକାଳ ୮ଟା ଏବଂ ଅପରାହ୍ନ ଗୋଟାଏରୁ ୩ଟା ମଧ୍ୟରେ କରିବା ପାଇଁ ସମୟ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଏନ୍‌ଏସିକୁ ମଧ୍ୟ କିଛି ଦାୟିତ୍ୱ ଦିଆଯାଇଛି। ବଜାରରେ ବୁଲୁଥିବା ଗୋରୁଙ୍କୁ ଏନଏସି କର୍ତ୍ତୃପକ୍ଷ ଘଉଡ଼ାଇବେ। ଉଠାଦୋକନୀ ତଥା ଠେଲା ବ୍ୟବସାୟୀଙ୍କୁ ବଜାରର ଉଭୟ ପାର୍ଶ୍ୱରେ ଯଥା ଏନଏସି ଅଡିଟୋରିୟମ ହଲ ନିକଟରେ ଏବଂ ପେଟ୍ରୋଲ ପମ୍ପଠାରୁ ବାଲୁଗାଁ ଥାନା ରୋଡ୍ ମଧ୍ୟରେ ବ୍ୟବସାୟ କରିବା ପାଇଁ ସୁବିଧା କରାଇବେ। ସେହିପରି ଗ୍ରାହକମାନଙ୍କ ବାଇକ୍ ଓ ଅଟୋଗୁଡ଼ିକୁ ବଜାରର ଉଭୟ ପାର୍ଶ୍ୱରେ ପାର୍କିଂ କରିବା ବ୍ୟବସ୍ଥା କରିବେ। ଏହି ସବୁ ନିୟମରେ ଖିଲାପ କଲେ ପ୍ରଶାସନ ଜିନଷପତ୍ର ତଥା ଗାଡ଼ି ଇତ୍ୟାଦିକୁ ସିଜ୍ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ କେସ ମଧ୍ୟ ଦେଇପାରିବେ।
ବାଲୁଗାଁ ସହରରେ ଏହି ସମସ୍ତ ନିୟମ ଆଜିଠାରୁ ଲାଗୁ କରାଯାଇଛି । ତେବେ ନିୟମ ସମ୍ପର୍କରେ ସଚେତନତା ପାଇଁ ଏହି ନିୟମରେ ସାତଦିନ କୋହଳ କରାଯାଇଛି। ତେବେ ଧାର୍ଯ୍ୟ କୋହଳ ସମୟ ବାଦ୍‌ ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!