Masthead

ରାଜଧାନୀ ରାସ୍ତାରେ ସେକ୍ସ ବେପାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ରାସ୍ତାକଡ଼ରେ ବେଫିକର ଚାଲିଛି ସେକ୍ସ ବ୍ୟବସାୟ। ରୂପଜୀବା ବା ଦେହଜୀବୀମାନେ ରାସ୍ତା କଡ଼ରେ ଠିଆ ହୋଇ ଗ୍ରାହକଙ୍କ କରୁଛନ୍ତି ଆକୃଷ୍ଟ। ଦେଶର ବିଭିନ୍ନ ପ୍ରଦେଶ କିମ୍ବା ବିଦେଶ କଥା ଛାଡ଼ନ୍ତୁ, ଖୋଦ୍ ଆମ ରାଜ୍ୟରେ ବି ସେକ୍ସ ବେପାର ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ବିଶେଷକରି ରାଜଧାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖୁଲମଖୁଲା ଚାଲିଛି ଏହି କାରବାର। ତେବେ ଏହି ବେଆଇନ ଧନ୍ଦାରେ ଲିପ୍ତ ହୋଇ ରାତାରାତି ବିପୁଳ ଟଙ୍କା କମାଇବା ନିଶାରେ ଯୁବତୀ, ମହିଳାଙ୍କୁ ବି ପଛରେ ପକାଇ ଦେଇଛନ୍ତି କିନ୍ନର।

ସଞ୍ଜ ନଇଁଲେ ରାଜଧାନୀ ରାସ୍ତା କଡ଼ରେ ପସରା ମେଲାଉଛନ୍ତି କିନ୍ନର। ଖଣ୍ଡଗିରି ପାଲଟିଛି କିନ୍ନରଙ୍କ ହବ୍। ସନ୍ଧ୍ୟା ହେବା କ୍ଷଣି ଏଇଠି ଆରମ୍ଭ ହୋଇଯାଏ ସେମାନଙ୍କ ବେପାର। ହୁଡ଼ା ସନ୍ଧି, ପାହାଡ଼ ତଳେ, ଅର୍ଦ୍ଧନିର୍ମିତ୍ତ ଘରେ ଚାଲୁଛି ସେକ୍ସ କାରବାର । ଯେଉଁଠି ଟିକେ ଫାଙ୍କା ସ୍ଥାନ ମିଳିଯାଉଛି ଏମାନେ ଅଙ୍ଗଭଙ୍ଗୀ ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରନ୍ତି । ଅପ୍ରାକୃତିକ ଯୌନ ସୁଖ ଦେଇ ରୋଜଗାର କରନ୍ତି ବିପୁଳ ଟଙ୍କା। ଏମାନଙ୍କ ଚାର୍ଜ ଶହେ ଦୁଇଶହରୁ ଆରମ୍ଭ କରି ହଜାର ପର୍ୟ୍ୟନ୍ତ ହୋଇଥାଏ। ସ୍ଥଳବିଶେଷରେ ଆହୁରି ଅଧିକ ମଧ୍ୟ ହୋଇଥାଏ। ସେହିପରି ଦଲାଲଙ୍କ ମାଧ୍ୟମରେ ବି ଚାଲିଛି ଦେହ ବେପାର। ସୁନ୍ଦର, ଆକର୍ଷଣୀୟ ଯୁବତୀ, ମହିଳା ହୋଇଥିଲେ ରେଟ୍ ହଜାରେ ଦୁଇହଜାରରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ହୋଇଥିଏ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜଧାନୀରେ ଏପରି ଖୁଲମଖୁଲା ଦେହ ବେପାର ରକ୍ଷଣଶୀଳ ନାଗରିକଙ୍କୁ ବିବ୍ରତ କରୁଥିଲେ ମଧ୍ୟ ପୋଲିସର କୋହଳ ମନୋଭାବ ସମସ୍ତଙ୍କୁ ଚକିତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼