Masthead

ରୋଜଗାରର ବାଟ ଦେଖାଇଛି କଳାବତୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): କରୋନା ଭଳି ମହାମାରୀର ଏ ଦୁର୍ଦ୍ଦିନ ସମୟରେ ରୋଜଗାରର ବାଟ ଦେଖାଇଛି କଳାବତୀ । ନାଁ ସିନା କଳାବତୀ କିନ୍ତୁ କାମ ହେଉଛି ଜୀବନର କଳାକୁ ବତୀ ମାଧ୍ୟମରେ ଆଲୋକିତ କରିବା । ଆମେ କହୁଛି କଳାବତୀ ଧାନ ବା କଳାଧାନ କଥା । ଭରପୂର ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଧାନ । ଡାଇବେଟିସ ,କ୍ୟାନସର ,ବ୍ଲଡପ୍ରେସର ଓ ଚକ୍ଷୁରୋଗୀ ମାନଙ୍କ ପାଇଁ ଏହା ବରଦାନ ସଦୃଶ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ କଳାବତୀ ଧାନ ଚାଷ କରି ପ୍ରଶଂସା ସାଉଁଟିଛନ୍ତି ଯୁବଚାଷୀ ଦିଲୀପ କୁମାର ଷେଣ୍ଢ ଏବଂ ତାଙ୍କ ସାନ ଭାଇ ରୁଦ୍ରନାରାୟଣ ସେଣ୍ଢ। ପ୍ରାୟ ୫ ଏକର ଜମିରେ ପ୍ରଥମଥର ପାଇଁ କରିଛନ୍ତି କଳାବତୀ ଧାନ ଚାଷ। ଆଶା ରଖିଛନ୍ତି ଏହି ଚାଷରୁ ବେଶ ଦୁଇପଇସା ଆୟ କରିବେ ବୋଲି। ସମ୍ପୂର୍ଣ୍ଣ ଜୈବିକ ଉପାୟରେ କରିଛନ୍ତି ଚାଷ। ଏକର ପିଛା ଜମିରେ ୨୦ ହଜାର ଟଙ୍କା ଖର୍ଚ୍ଚକରି ଫଳେଇଛନ୍ତି କଳାହୀରାର ଫସଲ। ଏହି ଚାଷ କରିବା ପାଇଁ ଏକର ପିଛା ୫ କିଲୋଗ୍ରାମ ଧାନ ବିହନ ବ୍ୟବହାର କରାଯାଇଥାଏ। ଗୋଟିଏ କୁଇଣ୍ଟାଲ ବିହନକୁ ୧୦ ଲିଟର ଗୋମୂତ୍ର ଓ ୨ କିଲୋଗ୍ରାମ ଲୁଣରେ ଭଲ ଭାବରେ ଗୋଳାଇ ଉଷୁମ ପାଣିରେ ୧୫ ମିନିଟ ରଖାଯାଇଥାଏ । ସେଗୁଡ଼ିକ ବାହାର କରାଯାଇ ୪ ଦିନ ପର୍ୟ୍ୟନ୍ତ ରଖାଯାଇଥାଏ । ଧାନଗୁଡ଼ିକ ଗଜା ହୋଇଗଲେ ଚାଷଜମିରେ ବୁଣାଯାଏ। ଗଛ ଉଠିବାର ୨୧ଦିନ ପରେ ବାଦାମ, ସୋରିଷ, ରାଶି, ଟୋଲ ପିଡ଼ିଆ ଏବଂ ଲିମ୍ବ ପତ୍ରକୁ ଏକତ୍ର କରି ଡ୍ରମରେ ୭ ଦିନ ଗମ ଦିଆଯାଇଥାଏ। ପରେ ସେଥିରୁ ଏକ ଲିଟର ମିଶ୍ରଣ ଅଣାଯାଇ ୧୩ ଲିଟର ଜଳରେ ମିଶାଇ ଚାଷ ଜମିରେ ସିଞ୍ଚନ କରାଯାଇଥାଏ । ଫଳରେ ରୋଗପୋକ ଲାଗିବାର କୌଣସି ସମ୍ଭାବନା ନ ଥାଏ । ଧାନ ଚାଷୀଙ୍କ ପାଇଁ ଚୋକଡ ପୋକ ସବୁଠାରୁ ବଡ଼ ମାରାତ୍ମକ ହୋଇଥାନ୍ତି । କିନ୍ତୁ କଳାବତୀ ଚାଷରେ ଏହା ଲାଗି ନଥାଏ । ଏହି କଳାବତୀ ଧାନ ପ୍ରାୟ ୧୫୦ ଦିନରେ ଅମଳ ହୋଇଥାଏ । ବଜାରରେ ଏହି ଧାନ ବିହନର କିଲୋଗ୍ରାମ ପିଛା ମୂଲ୍ୟ ପ୍ରାୟ ୫ଶହ ଟଙ୍କାରୁ ଅଧିକ । ସାଧାରଣ ଧାନରେ ଶତକଡ଼ା ୭ ଭାଗ ପ୍ରୋଟିନ ଥିବା ବେଳେ କଳାବତୀ ଧାନରେ ଶତକଡା ୯ ଭାଗ ପ୍ରୋଟିନ ଥାଏ।

ଭାରତର ପାହାଡିଆ ଅଞ୍ଚଳରେ ଏହି ଚାଷ ବହୁଳ ପରିମାଣରେ କରାଯାଉଛି । ଆଜକୁ ୬୦ରୁ ୭୦ ବର୍ଷ ପୂର୍ବେ ଓଡ଼ିଶାରେ ଏହି ଚାଷ ପ୍ରାୟ ସବୁ ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ମାତ୍ର ତାହା ଆଜି ଆଉ ଦେଖିବାକୁ ମିଳୁନାହିଁ । ପଶ୍ଚିମ ଓଡ଼ିଶାରେ ଏହି ଚାଷ ବହୁଳ ଭାବରେ କରାଯାଉଛି । ବିଶେଷ କରି ସମ୍ବଲପୁର ଓ ବରଗଡ଼ର ବହୁ ଚାଷୀ କଳାବତୀ ଚାଷ କରୁଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାର କଳାବତୀ ଚାଷ କରି ଏହି ଚାଷୀ ଉଦାହରଣ ପାଲଟିଛନ୍ତି । ଏହି ଧାନରେ ଆନ୍ଥୁସିଆନିନର ପରିମାଣ ଅଧିକ ଥିବାରୁ ଏହି ଧାନ ଓ ଚାଉଳ କଳା ରଙ୍ଗର ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ସବୁଠାରୁ ଅଧିକ ରହିଛି। ତା’ ସହିତ କ୍ୟାରୋଟିନ ନାମକ ବର୍ଣ୍ଣକଣିକା ରହିଛି। ଯାହା ଭିଟାମିନ-ଏ ସମସ୍ୟା କିମ୍ବା ଚକ୍ଷୁ ସମସ୍ୟା ପାଇଁ ବେଶ ଉପଯୋଗୀ ହୋଇଥାଏ । ଔଷଧୀୟ ଗୁଣର ସମ୍ଭାର ହୋଇଥିବା ଏହି ଧାନ ଆଜିର ସମାଜ ପାଇଁ ବେଶ୍ ଦରକାରୀ । ଭାରତରେ ଉଷ୍ମ ଜଳବାୟୁ ହୋଇଥିବା ସତ୍ତ୍ୱେ ଆମ ଶରୀରରେ ଭିଟାମିନ-ଡି ଥ୍ରୀ ଅଭାବ ପରିଲକ୍ଷିତ ହୋଇଥାଏ । ଏବେ ଘରେ ଘରେ ଡାଇବେଟିସ ଓ ବ୍ଲଡପ୍ରେସର ରୋଗୀ ଦେଖିବାକୁ ମିଳୁଛନ୍ତି । ତେଣୁ ଏହି ଧାନ ଆଗାମୀ ଦିନରେ ଚାଷୀ ଭାଇମାନଙ୍କ ପାଇଁ ଏକ ଭଲ ରୋଜଗାରର ପନ୍ଥା ଖୋଲିବ ।

ସରକାରଙ୍କ ପକ୍ଷରୁ ଚାଷୀ ଭାଇମାନଙ୍କୁ କଳାବତୀ ଧାନ ବିହନ ଯୋଗାଇଦେବା ସହ ଏହି ଧାନ ଚାଷ ସମ୍ପର୍କିତ ତାଲିମ ପ୍ରଦାନ ଏବଂ କୃତ୍ରିମ ବଜାର କିମ୍ବା ଧାନ ବିକ୍ରିର ବ୍ୟବସ୍ଥା କରାଯିବ । ଫଳରେ ଏହି ଧାନଚାଷ ଓଡ଼ିଶାରେ ପୁନଶ୍ଚ ବହୁଳ ପରିମାଣରେ ହୋଇପାରିବ ଓ ଚାଷୀ ଭାଇମାନେ ଦୁଇ ପଇସା ରୋଜଗାର କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!