Masthead

ପାର୍କିଂକୁ ନେଇ ମରଣାତ୍ମକ ଆକ୍ରମଣ

ରାହାମା (ବଡ଼ ଖବର ବ୍ୟୁରୋ): ଘର ଆଗରେ ଗାଡ଼ି ପାର୍କିଂକୁ ବିରୋଧ କରିବାରୁ ଜାଗା ମାଲିକଙ୍କୁ ନିସ୍ତୁକ ମାଡ଼। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ବଡ଼ ବଜାରରୁ । ସୂଚନା ଅନୁଯାୟୀ, ପୂର୍ବରୁ ଗାଡ଼ି ପାର୍କିଂକୁ ନେଇ ବିବାଦ ଲାଗି ରହିଥିଲା । ଗତ ୧୫ ମଧ୍ୟାହ୍ନରେ ରାଜାଶିଷ ସାହୁ ରାହାମା ବଜାରକୁ କୌଣସି କାମରେ ଯାଉଥିବା ସମୟରେ ରାହାମା ତାଳପଡ଼ା ଗ୍ରାମର ପ୍ରତାପ ଦାସ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ରାଜାଶିଷ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ତିର୍ତ୍ତୋଲ ଥାନାରେ ପ୍ରତାପ ଦାସ ଓ ତାଙ୍କ ସହଯୋଗୀମାନଙ୍କ ନାମରେ ଏତଲା ଦେଇଥିଲେ । ଆଜିକୁ ୪ ଦିନ ବିତିଗଲା ପରେ ବି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ପୋଲିସ ରଫାଦଫା କରିବା ପାଇଁ କହୁଥିବା ରାଜାଶିଷ ‘ବଡ଼ ଖବର’ କ୍ୟାମେରା ଆଗରେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ରହି ଗୁଣ୍ଡା ବଦମାସମାନଙ୍କୁ ତିର୍ତ୍ତୋଲ ପୋଲିସ ପ୍ରଶୟ ଦେଉଛି । ଏଭଳି ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ କେବେ ଗିରଫ କରିବ ତିର୍ତ୍ତୋଲ ପୋଲିସ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା