Masthead

ପାର୍କିଂକୁ ନେଇ ମରଣାତ୍ମକ ଆକ୍ରମଣ

ରାହାମା (ବଡ଼ ଖବର ବ୍ୟୁରୋ): ଘର ଆଗରେ ଗାଡ଼ି ପାର୍କିଂକୁ ବିରୋଧ କରିବାରୁ ଜାଗା ମାଲିକଙ୍କୁ ନିସ୍ତୁକ ମାଡ଼। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ବଡ଼ ବଜାରରୁ । ସୂଚନା ଅନୁଯାୟୀ, ପୂର୍ବରୁ ଗାଡ଼ି ପାର୍କିଂକୁ ନେଇ ବିବାଦ ଲାଗି ରହିଥିଲା । ଗତ ୧୫ ମଧ୍ୟାହ୍ନରେ ରାଜାଶିଷ ସାହୁ ରାହାମା ବଜାରକୁ କୌଣସି କାମରେ ଯାଉଥିବା ସମୟରେ ରାହାମା ତାଳପଡ଼ା ଗ୍ରାମର ପ୍ରତାପ ଦାସ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ରାଜାଶିଷ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ତିର୍ତ୍ତୋଲ ଥାନାରେ ପ୍ରତାପ ଦାସ ଓ ତାଙ୍କ ସହଯୋଗୀମାନଙ୍କ ନାମରେ ଏତଲା ଦେଇଥିଲେ । ଆଜିକୁ ୪ ଦିନ ବିତିଗଲା ପରେ ବି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ପୋଲିସ ରଫାଦଫା କରିବା ପାଇଁ କହୁଥିବା ରାଜାଶିଷ ‘ବଡ଼ ଖବର’ କ୍ୟାମେରା ଆଗରେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ରହି ଗୁଣ୍ଡା ବଦମାସମାନଙ୍କୁ ତିର୍ତ୍ତୋଲ ପୋଲିସ ପ୍ରଶୟ ଦେଉଛି । ଏଭଳି ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ କେବେ ଗିରଫ କରିବ ତିର୍ତ୍ତୋଲ ପୋଲିସ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ