Masthead

ଆଇନକୁ ସମ୍ମାନ ଜଣାଇଲେ ନନ୍ଦନକାନନ ଉଠାଦୋକାନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘବର୍ଷ ପରେ ଆଜି ନନ୍ଦନକାନନ ପ୍ରାଣୀଉଦ୍ୟନ ମୁଖ୍ୟ ଫାଟକ ନିକଟରେ ଉଠା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଆଇନକୁ ସମ୍ମାନ ଜଣାଇ ରଘୁନାଥପୁର ସରପଞ୍ଚ ପବିତ୍ର ପାତ୍ରଙ୍କ ଉପସ୍ଥିତିରେ ସମସ୍ତ ୪୦ ବ୍ୟବସାୟୀ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଦୋକାନ ଉଠାଇ ନେଇଛନ୍ତି । ଉଚ୍ଛେଦ ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ବିଡିଏର ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ, ଏକ ସେକ୍ସନ ମହିଳା ପୋଲିସ ନନ୍ଦନକାନନ ଛକରେ ପହଞ୍ଚିଥିଲେ। ତେବେ ସରକାରୀ ନିର୍ଦ୍ଦେଶକୁ ଅବମାନନା ନ କରି ଉଠା ବ୍ୟବସାୟୀମାନେ ନିଜେ ନିଜ ଦୋକାନ ଉଠାଇ ନେଇଥିଲେ।

ନନ୍ଦନକାନନରେ ବହୁତଳ ପାର୍କିଂର ସମସ୍ତ କାର୍ଯ୍ୟ ଶେଷହୋଇ ଆସିଥିବା ବେଳେ ଆସନ୍ତା ଡିସେମ୍ବର ୨୯ ତାରିଖ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ଏହା ଉଦଘାଟନ କରାଯିବା କାର୍ଯ୍ୟକ୍ରମ ରହିଛି। ଫଳରେ ବହୁତଳ ପାର୍କିଂର ସୌନ୍ଦର୍ଯ୍ୟକରଣ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପ୍ରବେଶପଥର ଉଭୟ ପାର୍ଶ୍ଵ ଓ ବହୁତଳ ପାର୍କିଂ ପାର୍ଶ୍ଵରେ ଥିବା ସମସ୍ତ ଦୋକାନଗୁଡ଼ିକ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ରହିଥିଲା। ଅନ୍ୟପଟେ ନନ୍ଦନକାନନ ଉପରେ ନିର୍ଭରକରି ପରିବାର ପ୍ରତିପୋଷଣ କରୁଥିବା ୧୭୬ଟି ଛୋଟ ବଡ଼ ବ୍ୟବସାୟୀଙ୍କ ଦୋକାନ ଆଜି ବନ୍ଦ ଥିବାରୁ ନନ୍ଦନକାନନକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସୂଚନାଯୋଗ୍ୟ, ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ । ଯଦି କୌଣସି ସୋମବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥାନ୍ତା ତେବେ ଆଜି ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହୋଇ ନ ଥାନ୍ତେ ବୋଲି ପର୍ଯ୍ୟଟକ ମାନେ କହିଛନ୍ତି। ପ୍ରଶାସନର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ପର୍ଯ୍ୟଟକ ଘୋର ନିନ୍ଦା କରିଛନ୍ତି।

ରଘୁନାଥପୁର ସରପଞ୍ଚ ପାତ୍ର ଓ ସମିତିସଭ୍ୟା ଝୁନା ରାଉତଙ୍କ ସମେତ ନନ୍ଦନକାନନ ଉଠା ଦୋକାନୀ ସଂଘ ସଭାପତି କୃଷ୍ଣଚନ୍ଦ୍ର ମାଝୀ, ସମ୍ପାଦକ ସୁମନ୍ତ କୁମାର ସୁନ୍ଦରାଏଙ୍କ କହିବା ଅନୁସାରେ ପ୍ରଶାସନ ବିନା ନୋଟିସରେ ଏଭଳି ଉଚ୍ଛେଦ କରିଥିବାରୁ ପଞ୍ଚାୟତବାସୀ ଏହାକୁ ଘୋର ନିନ୍ଦା କରିଛନ୍ତି। ପୂର୍ବରୁ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଇଥିଲେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତେ। ତୁରନ୍ତ ସମସ୍ତ ଉଠା ଦୋକାନଙ୍କୁ ଦୋକାନ ଘର ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !