Masthead

ଶୀତବସ୍ତ୍ର ଦାନ କଲେ ଗ୍ରାମବାସୀ

ମହାକାଳପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ କ୍ଷତ୍ରିୟପଡ଼ା ଗିରିଧାରୀ ମନ୍ଦିର ପରିସରରେ ଏକମାସ ବ୍ୟାପୀ କାର୍ତ୍ତିକ ବ୍ରତ ପାଳନ ଆରମ୍ଭ ହୋଇଛି । ଏଠାରେ ପ୍ରତିଦିନ ହରିନାମ ସଂକୀର୍ତ୍ତନ, ଭାଗବତ, କାର୍ତ୍ତିକ ମାହାତ୍ମ୍ୟ ପାଠ କରାଯାଉଛି । ଆଜି ଗିରିଧାରୀ ଆଶ୍ରମରେ ଗୋବିନ୍ଦଙ୍କ ବଡ଼ ପୂଜା ରହିଥିବାରୁ ଆଶ୍ରମ କମିଟି ତରଫରୁ ଗରିବ, ଅସହାୟ ଓ ମାନସିକ ବିକୃତ ଲୋକଙ୍କୁ ଅନୁଷ୍ଠାନ ପରିସରରେ ପରିଷ୍କାର ପରିଚ୍ଛନ୍ନ କରାଯାଇ ନୂତନ ବସ୍ତ୍ର ପରିଧାନ କରିବାକୁ ଦିଆଯାଇଥିଲା । ଏଥି ସହ ସେମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଗ୍ରାମବାସୀଙ୍କ ଏପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ