ମରଣଯନ୍ତା ପାଲଟିଛି ପୋଲ

ରାଇକିଆ ( ବଡ଼ ଖବର ବ୍ୟୁରୋ): ଭଙ୍ଗା ପୋଲରେ ଜୀବନଯାତ୍ରା । କୌଣସି ମୁହୂର୍ତ୍ତରେ ବି ଘଟିପାରେ ଦୁର୍ଘଟଣା । ପୋଲ ଉପରେ ନିର୍ଭର କରନ୍ତି ଶହ ଶହ ଲୋକ । ହେଲେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ବିଭାଗୀୟ ଅଧିକାରୀଙ୍କର ମଧ୍ୟ ଏଥିପ୍ରତି ନିଘା ନାହିଁ । ଆମେ କହୁଛୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵରୀ ପଞ୍ଚାୟତ ମୁଖ୍ୟ ରାସ୍ତାର ପାଟଳିପାଙ୍ଗାଠାରେ ଥିବା ଏହି ଭଙ୍ଗା ପୋଲ ସମ୍ପର୍କରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପୋଲ ବର୍ଷେ ହେବ ଭାଙ୍ଗିଗଲାଣି । ରାସ୍ତାଟି ପଞ୍ଚାୟତ ସହ ରାଇକିଆ ସହରକୁ ସଂଯୋଗ କରୁଥିବା ବେଳେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକ ଏହି ପୋଲରେ ଯାତାୟାତ କରନ୍ତି । ଶହ ଶହ ସାଇକେଲ, ବାଇକ୍, ଅଟୋ ଚଳାଚଳ କରୁଛି ଏହା ଉପରେ। ପୋଲ ଭାଙ୍ଗିବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ସମୟରେ ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ ।

ଏନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ଏହି ସ୍ଥାନ ଦେଖିବାକୁ ବିଡିଓ ଓ ସରପଞ୍ଚ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ଗ୍ରାମ୍ୟ ନିର୍ମାଣ (ଆରଡି) ଅଧୀନରେ ଯାଉଛି ଏବଂ ଏ ସମ୍ପର୍କରେ ବ୍ଲକ ପକ୍ଷରୁ ଆରଡି ଅଧିକାରୀଙ୍କୁ ସୂଚନା ଦିଆଯାଇଛି ବୋଲି କହିଥିଲେ। ତେବେ ବର୍ତ୍ତମାନ ପୋଲର ଅବସ୍ଥା ଯୋଗୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୌଣସି ମୁହୂର୍ତ୍ତରେ ସେଠାରେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କେବେ ବିଭାଗୀୟ ଅଧିକାରୀଙ୍କ ଏହି ବିପଦପୂର୍ଣ୍ଣ ପୋଲ ଉପରେ ଦୃଷ୍ଟି ପଡ଼ିବ ଏବଂ କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ