Masthead

କଟକ ଆଇଟିଏଟିର ଅତ୍ୟାଧୁନିକ କାର୍ଯ୍ୟାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କଟକ, (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କଟକଠାରେ ଥିବା ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ଏବଂ ଆବାସିକ କମ୍ପ୍ଲେକ୍ସକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହାକୁ ଉଦଘାଟନ କରି ମୋଦି କହିଛନ୍ତି, ଉକ୍ତ କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ଅନେକ ସୁବିଧା ଦେଇପାରିବ । ଏହା ସହିତ ସେ କହିଛନ୍ତି, ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ଆଇଟିଏଟି ସମ୍ଭବ ହୋଇପାରିନଥାନ୍ତା । ଟ୍ୟାକ୍ସ ଟେରୋରିଜିମ ଏବେ ଟ୍ୟାକ୍ସ ଟ୍ରାନ୍ସପେରେନ୍ସିରେ ପରିଣତ ହୋଇଛି । ଏହି ଆଇଟିଏଟି ଦ୍ୱାରା ଆୟକର ସରଳୀକରଣ ହୋଇଛି, ଏହାଦ୍ୱାରା କରଦାତାଙ୍କୁ ସୁବିଧା ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୧୯୭୦ ମସିହାରେ ଓଡ଼ିଶାରେ ଆଇଟିଏଟି କଟକ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ପ୍ରାୟ ୫୦ ବର୍ଷ ଧରି ଏହା ଏକ ଭଡ଼ା ଘରେ ଚାଲୁଥିଲା । କିନ୍ତୁ ଏବେ ଆଇଟିଏଟି କଟକ ସ୍ଥାୟୀ ଅଟ୍ଟାଳିକା ଖୋଲିବା ପରେ ସମସ୍ତଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ । ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସହିତ ନୂତନ ବିଲ୍ଡିଂରେ ଇ-କୋର୍ଟ ସୁବିଧା ମଧ୍ୟ ରହିଛି । ୨୦୧୫ ରେ ଏକ ନୂତନ ଆଇଟିଏଟି କାର୍ଯ୍ୟାଳୟ ଏବଂ ଆବାସିକ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୧.୬୦ ଏକର ଜମି ମାଗଣାରେ ଯୋଗାଇ ଦିଆଯାଇଥିଲା । ସର୍ବମୋଟ ୧୯୩୮ ବର୍ଗ ମିଟରର ସ୍ଥାନରେ ଅଟ୍ଟାଳିକାଟିକୁ ପ୍ରତିଷ୍ଠା କରାଯାଇଛି । ତିନି ମହଲା ବିଶିଷ୍ଟ କୋଠାରେ ଏକ ବଡ଼ କୋର୍ଟ କୋଠରୀ, ଅତ୍ୟାଧୁନିକ ରେକର୍ଡ ରୁମ୍, ବେଞ୍ଚ ସଦସ୍ୟଙ୍କ ପାଇଁ ସୁସଜ୍ଜିତ ଚାମ୍ବର, ଲାଇବ୍ରେରୀ ରୁମ୍, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ, ଆଇନଜୀବୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଇଁ ବାରରୁମ ରହିଛି।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକ ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ପି.ସି. ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ