ଟାଙ୍ଗୀ(ବଡ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମଣ୍ଡଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିି ଟାଙ୍ଗୀ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତ ଛାତ୍ର ଫେଡେରେସନ । ସରକାରଙ୍କ ଉଦାସୀନତା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଅବହେଳିତ ହୋଇ ରହିବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଉପରେ ଯଦି ସରକାର ଦୃଷ୍ଟି ନନିଅନ୍ତି ତେବେ ଆଗାମୀ ଦିନରେ ଭାରତର ଛାତ୍ର ଫେଡ଼େରେସନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
Prev Post
Next Post
ଆଗକୁ ପଢନ୍ତୁ
