Before Header

ଭୁସୁଡ଼ିଲା ନିର୍ମାଣାଧୀନ ଓଭରବ୍ରିଜ

0 893

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇର ବାନ୍ଦ୍ରା ଅଞ୍ଜଳରେ ଘଟିଛି ଏକ ଛାତିଥରା ଘଟଣା । ତେବେ ବାନ୍ଦ୍ରା କୁର୍ଲା କମ୍ପେକ୍ସରେ ଏକ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଖସିଯିବାର କଥା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇନଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଛି ବୋଲି ସୂଚନା ମିଳିଛି । ବି.କେ.ସି ମୁଖ୍ୟ ରାସ୍ତା ଏବଂ ସାନ୍ତାକ୍ରୁଜ –ଚେମ୍ବୁର ଲିଙ୍କ ରୋଡ଼କୁ ସଂଯୋଗ କରୁଥିବା ଏକ ନିର୍ମାଣଧୀନ ଫାଏଓଭରର ଏକ ଅଂଶ ସକାଳ ପ୍ରାୟ ୪.୩୦ ସମୟରେ ଭୁଶୁଡ଼ି ପଡିଛି । ଏଥିରେ କାହାର ମୃତ୍ୟୁ ହୋଇନଥିବା ବେଳେ କେହି ନିଖୋଜ ନଥିବାର କଥା ସାମ୍ନାକୁ ଆସିଛି ।

Leave A Reply

Your email address will not be published.