Masthead

ପୁରୀ ହାଜତ ମୃତ୍ୟୁର ତଦନ୍ତ ଆରମ୍ଭ

କାହିଁକି ମୃତ ରମେଶଙ୍କ ବାପା-ମାଆଙ୍କୁ ଲୁଚେଇ ରଖିଛି ପୋଲିସ

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ ହେପାଜତରେ ଥିବା କେ. ରମେଶଙ୍କ ମୃତ୍ୟୁକୁ ନେଇ କାଠଗଡାରେ ପୋଲିସ । ପୁରୀ ବାସେଳୀସାହି ଥାନା ପୋଲିସ ଓ ଏସପିଙ୍କ ସଫେଇ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ପୋଲିସି ସହ ରମେଶଙ୍କ ଧସ୍ତାଧସ୍ତି ହୋଇଥିଲା । ଆହତ ହୋଇଥିବା ରମେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ ଦେଇଥିବା ସଫେଇକୁ ସାଧାରଣ ଲୋକମାନେ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି । ମୃତ ରମେଶରେ ଦେହର ବିଭିନ୍ନ ସ୍ଥାନରେ ଥିବା ଦାଗ ସ୍ପଷ୍ଟ କରୁଛି ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ବିଜେପି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ପୁରୀ ହାଜତ ମୃତ୍ୟୁ ଘଟଣାକୁ ଦୁଇଦିନ ବିତିଗଲାଣି । ମୃତ ରମେଶଙ୍କ ନାମରେ ବାସେଳୀ ସାହି ଥାନାରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ପାହ୍ୟାର ଜଣେ ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ଆଜି ଘଟଣାର ତଦନ୍ତ ପାଇଁ ମୃତ ରମେଶଙ୍କ ଘରେ ପହଞ୍ଚିଛନ୍ତି ମାନବାଧିକାର କମିଶନଙ୍କ ୩ ସଦସ୍ୟ । କ’ଣ ପାଇଁ ଏଭଳି ଘଟଣା ଘଟିଲା, ଘଟଣାପଛର ପ୍ରକୃତ କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ ହୋଇଛି । ୩ ଜଣିଆ ଦଳ ମୃତ ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିଛନ୍ତି । ଖୁବଶୀଘ୍ର ମୃତ ରମେଶଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ପୁରୀ ଜିଲ୍ଲା ହ୍ୟୁମାନ ରାଇଟ୍ସ କନଭେନର ପ୍ରାନ୍ତଶିନୀ ଜେନା କହିଛନ୍ତି । ଗତକାଲି ମଧ୍ୟ ଆଇଜି ପ୍ରବୀଣ କୁମାର ଆସି ତଦନ୍ତ କରିଥିଲେ । ତେବେ କେ.ରମେଶଙ୍କ ବାପା-ମାଆ ଓ ଦାଦାଙ୍କୁ ୧୮ତାରିଖ ବିଳମ୍ବିତ ରାତିରୁ ପୋଲିସ ଉଠାଇ ନେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା । ଏକ ନିଛାଟିଆ ଜାଗାରେ ସମ୍ପର୍କୀୟଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା ପୋଲିସ । କିଛି ସମୟ ଭେଟ ପରେ ତାଙ୍କୁ ପୁନର୍ବାର ଘରେ ଆଣି ପୋଲିସ ଛାଡି ଦେଇଥିବା ପରିବାର ଲୋକ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ମୃତ କେ.ରମେଶର ଦାଦା, ମାଆ-ବାପାଙ୍କୁ ଛାଡ଼ିନାହିଁ । ଶୁଦ୍ଧିକ୍ରିୟା କିଭଳି ହେବ ସେନେଇ ପରିବାର ଲୋକେ ଚିନ୍ତା କରିପାରୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ