Masthead

ବିପଦକୁ ନିମନ୍ତ୍ରଣ କରୁଛି ଏହି ପରିବା ବଜାର

ଜଟଣୀ (ବଡ଼ ଖବର ବ୍ୟୁରୋ): ବିପଦକୁ ନିମନ୍ତ୍ରଣ କରୁଛି ପରିବା ବଜାର । ଜୀବନକୁ ଖାତିର ନ କରି ଚାଲିଛି ବଜାର । ଜଟଣୀ ସୀତାରାମ ଛକରେ ଚାଲିଛି ଏପରି ପରିବା ବଜାର। ନିଜ ଜୀବନ ପ୍ରତି ନା ଅଛି ବ୍ୟବସାୟୀଙ୍କ ଚିନ୍ତା ନା ଅଛି ଗ୍ରାହକଙ୍କ ଚିନ୍ତା । ଏଠାରେ ଥିବା ନିର୍ମାଣାଧୀନ ବ୍ରିଜ ପାଇଁ କେତେବେଳେ ଯେ କାହା ଜୀବନ ଚାଲିଯିବ ତାହା କେହି କହିପାରିବେ ନାହିଁ । ୨୦୧୫ ମସିହାରୁ ଜଟଣୀରେ ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ୪୦ ପ୍ରତିଶତ କାମ ସରି ନାହିଁ । ଏହି ଅର୍ଦ୍ଧନିର୍ମିତ ବ୍ରିଜ ତଳେ ବସି ବ୍ୟବସାୟୀମାନେ ପରିବା ବିକ୍ରି କରୁଛନ୍ତି। ବ୍ରିଜ ନିର୍ମାଣରେ ବ୍ୟବହୃତ ଲୁହା ପ୍ଲେଟ କିମ୍ବା ରଡ୍ ଖସି ଯଦି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ପଡ଼େ ତେବେ ମୃତ୍ୟୁ ସୁନିଶ୍ଚିତ। ବ୍ରିଜର ସାଇଡ୍ ଢଳେଇ ପୂର୍ବରୁ ଅନେକ ସମୟରେ ଭୁଶୁଡ଼ି ପଡ଼ିଥିବା ନଜିର ମଧ୍ୟ ରହିଛି। ଜଟଣୀ ତହସିଲଦାର, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ପୋଲିସ ଉକ୍ତ ପରିବା ବ୍ୟବସାୟୀଙ୍କଠାରୁ କୋଭିଡ୍ ନିୟମ ଅବମାନନା ପାଇଁ ବାରମ୍ବାର ଫାଇନ ଆଦାୟ କରୁଥିବା ବେଳେ ବ୍ୟବସାୟୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି।

ଜଟଣୀରେ ଥିବା ଖାଲି ସ୍ଥାନକୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କଲେ ବ୍ୟବସାୟୀଙ୍କ ସହ ଗ୍ରାହକ ସୁରକ୍ଷିତ କାରବାର କରିପାରିବେ ବୋଲି ମାନବାଧିକାର କର୍ମୀ ସଞ୍ଜୀବ ସେଠ୍ କହିଛନ୍ତି। ସୂଚନା ଅନୁଯାୟୀ ଏହି ବ୍ରିଜ ନିର୍ମାଣଠାରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ଦଳର ନେତା ୪ଥର ଶୁଭ ଦେଇ ସାରିଛନ୍ତି। ଭୋଟ ରାଜନୀତି ପାଇଁ ଏହି ବ୍ରିଜ ନିର୍ମାଣ ଶେଷ ହେଇପାରୁ ନ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?