Masthead

ଆନ୍ଧ୍ରକୁ ଯାଉଛି ଓଡ଼ିଶା ବାଲି

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ବେଆଇନ ବାଲି ଚାଲାଣ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଜିଲ୍ଲାର ନଦୀଗର୍ଭ ଧୀରେଧୀରେ ଗଭୀର ହେଉଥିବାରୁ ଜିଲ୍ଲା ପାଇଁ ବିପଦ ଘନେଇ ଆସୁଛି। ଏହି ବାଲି ଚାଲାଣ ବନ୍ଦ କରିବା ପାଇଁ ଜିଲ୍ଲା ବିକାଶ ପରିଷଦ ସଦସ୍ୟମାନେ ରାୟଗଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୀମାନ୍ତ ରାୟଗଡ଼ା ଜିଲ୍ଲାର ନାଗାବଳୀ ଏବଂ ଝଞ୍ଜାବତୀ ନଦୀ ଗର୍ଭରୁ ଅନାୟସରେ ବାଲି ଉଠାଇ ରାତିରେ ପଡ଼ୋଶୀ ଆନ୍ଧ୍ରକୁ ଚାଲାଣ କରାଯାଉଛି। ଉଚ୍ଚ କ୍ଷମତା ସମ୍ପନ୍ନ ଜେସିବି ଏବଂ ପୋକଲିନ ବ୍ୟବହାର କରି ନଦୀ ଗର୍ଭରୁ ବାଲି ଉଠାଇ ପ୍ରତ୍ୟେକ ଦିନ ରାତିରେ ଶହ ଶହ ଟ୍ରକ ସୀମା ସେପାଖକୁ ଚାଲାଣ କରାଯାଉଛି। ପରିଣାମ ସ୍ୱରୁପ ତଟବର୍ତ୍ତୀ ଇଲାକାରେ ଥିବା ଗ୍ରାମପ୍ରତି ବିପଦ ଘନାଉଛି । ଏହା ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ଘଟି ବସ୍ତିମୁହାଁ ହେଉଛି। ଯେକୌଣସି ମୁହୂର୍ତ୍ତରେ ନଦୀଗର୍ଭରେ ୩ ପଞ୍ଚାୟତର ପ୍ରାୟ ୧୦ ଗାଁ ଲୀନ ହେବା ଆଶଙ୍କା ଦେଖାଦେଇଛି। ସେହିପରି ବାଲି ଚାଲାଣ ଫଳରେ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁଖ୍ୟତଃ ସରକାରଙ୍କ ଆବାସ ଯୋଜନାର ହିତାଧିକାରୀ ଚଢ଼ା ଦରରେ ବାଲି କ୍ରୟ କରିବା ପାଇଁ ଅସମର୍ଥ ହେଉଥିବା ବେଳେ ଗଭୀର ନଦୀରୁ ବାଲି ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏପରିକି ନଦୀଗର୍ଭ ଆବଶ୍ୟକତାଠାରୁ ଅଧିକ ଗଭୀର ହୋଇପଡ଼ିଛି । ଏହା ଦ୍ୱାରା ହାଟଶେଷଖାଲରେ ନିର୍ମାଣାଧୀନ ପୋଲପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଜିଲ୍ଲା ବିକାଶ ପରିଷଦ ଆବାହକ ପ୍ରଦୀପ ଦାସ କହିଛନ୍ତି। ଏହାକୁ ତୁରନ୍ତ ବନ୍ଦ କରିବା ସହ କେତେ ପରିମାଣରେ ବାଲି ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଛି ସେଥିପ୍ରତି ରାଜସ୍ୱ ବିଭାଗ ନିୟମିତ ଦୃଷ୍ଟି ଦେବା ଭଳି ୧୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାୟଗଡ଼ା ତହସିଲଦାରଙ୍କୁ ପ୍ରଦାନ କରଯାଇଛି । ତେବେ ଆନ୍ତଃରାଜ୍ୟ ବାଲି ଚାଲାଣ ପାଇଁ ୨୦୧୯ରେ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯାହାକୁ ରୋକିବା ଆମ ପରିଧି ଭିତରେ ନାହିଁ। ପରିଷଦର କିଛି ଦାବି ଯାହାକି ତହସିଲଦାର କାର୍ଯ୍ୟକ୍ଷମ କରିବାରେ ସକ୍ଷମ ତାହା ଅତିଶୀଘ୍ର ପାଳନ କରାଯିବ ବୋଲି ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼