Masthead

ଓଡିଶାରେ ୩ ହଜାରରୁ ଅଧିକ ବ୍ୟାଙ୍କ୍ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁଁ ପ୍ରାୟ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । ହସ୍ପିଟାଲଠୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ସେକ୍ଟର ସ୍ଥିତି ମଧ୍ୟ ଖରାପ । ଦେଶର ଅର୍ଥନୀତି ବହୁତଳକୁ ଖସିଥିବା ବେଳେ ଜୀବନଜୀବିକା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି । ଅନ୍ୟପଟେ କରୋନା ସଂକ୍ରମଣ ଆହୁରି ବେଲଗାମ୍ ହୋଇଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍ ସେକ୍ଟର ବିଶେଷ ଭାବରେ ପ୍ରଭାବିତ ହୋଇଛି । ରାଜ୍ୟରେ ୩ ହଜାର ୬୬ ଜଣ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ । ସେମାନଙ୍କ ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାଯାଇଛି । ଏହାସହ ୧୪ଜଣ କର୍ମଚାରୀଙ୍କ ଜୀବନ ନେଇସାରିଲାଣି ମହାମାରୀ କରୋନା ।

ରାଜ୍ୟ ବ୍ୟାଙ୍କ କର୍ମଚାରୀ କମିଟିର ଆବାହକ ଅରୂପାନନ୍ଦ ଜେନାଙ୍କ ସୂଚନା ଅନୁସାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ୯୬୮ଜଣ କର୍ମଚାରୀ କରୋନା ସଂକ୍ରମିତ । ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଏକ୍ସିସ୍ ବ୍ୟାଙ୍କର ସର୍ବାଧିକ ୩୯୦ଜଣ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିଥିବା ସେ କହିଛନ୍ତି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୩ଜଣ କର୍ମଚାରୀ କରୋନାରେ ଜୀବନ ହରାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ