Masthead

ଅକ୍ଷୟ ଆଣିଲେ ୫୦୦ କୋଟିର ମାନହାନି ମକଦ୍ଦମା, ଜାଣନ୍ତୁ କାହା ବିରୋଧରେ…

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଷ୍ଟାର ଅକ୍ଷୟ କୁମାର ବିହାରର ରସିଦ ସିଦ୍ଧିକି ନାମକ ଜଣେ ୟୁଟ୍ୟୁବରଙ୍କ ବିରୋଧରେ କରିଛନ୍ତି ୫୦୦ କୋଟିର ମାନହାନି ମକଦ୍ଦମା । ତାଙ୍କ ନାଁରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରିଥିବା ଦର୍ଶାଇ ରସିଦଙ୍କୁ ଅକ୍ଷୟ ଲିଗାଲ ନୋଟିସ୍ ପଠାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଅକ୍ଷୟ ରିୟା ଚକ୍ରବର୍ତ୍ତୀଙ୍କୁ ସାହାଯ୍ୟ କରିିଛନ୍ତି । ଅକ୍ଷୟଙ୍କର ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ଗୋପନୀୟ ସମ୍ପର୍କ ରହିଛି । ଏଥିସହ ଅକ୍ଷୟ ସୁଶାନ୍ତଙ୍କ ଏମ୍ଏସ୍ ଧୋନି ଫିଲ୍ମର ଲୋକପ୍ରିୟତାକୁ ନେଇ ଖୁସି ନ ଥିବା ଭଳି ଖବର ପ୍ରସାରଣ କରିଥିଲେ ରସିଦ୍ । ଏଥିପାଇଁ ଖିଲାଡ଼ି କୁମାର ରସିଦଙ୍କୁ ନୋଟିସ୍ ପଠାଇବା ସହ ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟ ଏଫ୍ଏଫ୍ ନ୍ୟୁଜରୁ ସେହିି ଭିତ୍ତିହୀନ ଓ ଆପତ୍ତିଜନକ ଭିଡିଓଗୁଡ଼ିକୁ ରିମୁଭ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ମିଛ, ଭିତ୍ତିହୀନ ଭିଡିଓ ଯୋଗୁ ସେ ମାନସିକ ଚାପରେ ରହିବା ସହ ସମ୍ମାନହାନି ଘଟିଛି ବୋଲି ଅକ୍ଷୟ କହିଛନ୍ତି । ରସିଦ୍ ନିଜ ଲୋକପ୍ରିୟତା ପାଇଁ ଏଭଳି ମିଛ, ଭିତ୍ତିହୀନ ଖବର ସର୍ବଦା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଉଦ୍ଦେଶ୍ୟମୂଳକ ଭାବରେ ଅପଲୋଡ୍ କରୁଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ରସିଦ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟଙ୍କ ନାଁରେ ମଧ୍ୟ ମିଛ ଅଭିଯୋଗ ଆଣି ଗିରଫ ହୋଇଥିଲେ । ଯଦି ୩ ଦିନ ମଧ୍ୟରେ ରସିଦ୍ ଅକ୍ଷୟଙ୍କ ନୋଟିସର ଜବାବ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ଅକ୍ଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ