Masthead

ଅକ୍ଷୟ ଆଣିଲେ ୫୦୦ କୋଟିର ମାନହାନି ମକଦ୍ଦମା, ଜାଣନ୍ତୁ କାହା ବିରୋଧରେ…

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଷ୍ଟାର ଅକ୍ଷୟ କୁମାର ବିହାରର ରସିଦ ସିଦ୍ଧିକି ନାମକ ଜଣେ ୟୁଟ୍ୟୁବରଙ୍କ ବିରୋଧରେ କରିଛନ୍ତି ୫୦୦ କୋଟିର ମାନହାନି ମକଦ୍ଦମା । ତାଙ୍କ ନାଁରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରିଥିବା ଦର୍ଶାଇ ରସିଦଙ୍କୁ ଅକ୍ଷୟ ଲିଗାଲ ନୋଟିସ୍ ପଠାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଅକ୍ଷୟ ରିୟା ଚକ୍ରବର୍ତ୍ତୀଙ୍କୁ ସାହାଯ୍ୟ କରିିଛନ୍ତି । ଅକ୍ଷୟଙ୍କର ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ଗୋପନୀୟ ସମ୍ପର୍କ ରହିଛି । ଏଥିସହ ଅକ୍ଷୟ ସୁଶାନ୍ତଙ୍କ ଏମ୍ଏସ୍ ଧୋନି ଫିଲ୍ମର ଲୋକପ୍ରିୟତାକୁ ନେଇ ଖୁସି ନ ଥିବା ଭଳି ଖବର ପ୍ରସାରଣ କରିଥିଲେ ରସିଦ୍ । ଏଥିପାଇଁ ଖିଲାଡ଼ି କୁମାର ରସିଦଙ୍କୁ ନୋଟିସ୍ ପଠାଇବା ସହ ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟ ଏଫ୍ଏଫ୍ ନ୍ୟୁଜରୁ ସେହିି ଭିତ୍ତିହୀନ ଓ ଆପତ୍ତିଜନକ ଭିଡିଓଗୁଡ଼ିକୁ ରିମୁଭ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ମିଛ, ଭିତ୍ତିହୀନ ଭିଡିଓ ଯୋଗୁ ସେ ମାନସିକ ଚାପରେ ରହିବା ସହ ସମ୍ମାନହାନି ଘଟିଛି ବୋଲି ଅକ୍ଷୟ କହିଛନ୍ତି । ରସିଦ୍ ନିଜ ଲୋକପ୍ରିୟତା ପାଇଁ ଏଭଳି ମିଛ, ଭିତ୍ତିହୀନ ଖବର ସର୍ବଦା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଉଦ୍ଦେଶ୍ୟମୂଳକ ଭାବରେ ଅପଲୋଡ୍ କରୁଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ରସିଦ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟଙ୍କ ନାଁରେ ମଧ୍ୟ ମିଛ ଅଭିଯୋଗ ଆଣି ଗିରଫ ହୋଇଥିଲେ । ଯଦି ୩ ଦିନ ମଧ୍ୟରେ ରସିଦ୍ ଅକ୍ଷୟଙ୍କ ନୋଟିସର ଜବାବ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ଅକ୍ଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ