Masthead

୨୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତକଲା ଅବକାରୀ ବିଭାଗ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ୨୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି ଜିଲ୍ଲା ଅବକାରୀ ବିଭାଗ । ସୂଚନା ଅନୁଯାଇ ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ଟିମ ବିଶେଷ ସୂତ୍ରରୁ ଖବର ପାଇ ନାଉଗାଁ ବସ ଷ୍ଟାଣ୍ଡ ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨୭୩ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ।

ଏହି କାରବାରରେ ବ୍ୟବହୃତ ହୋଇଥିବା ଗୋଟେ ବାଇକ୍ ସମେତ ଅଭିଯୁକ୍ତ ସୁରେଶ କୁମାର ଦାସକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଜିଲ୍ଲା ଅବକାରୀ ବିଭାଗ ।  ତେବେ ଏହି ଘଟଣାକୁ ଆଧାର କରି NDPS ଆକ୍ଟ ଅନୁଯାଇ ଗୋଟେ କେସ ରୁଜୁ କରିବା ସହିତ ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ନେଇ ଜିଲ୍ଲା ଅବକାରୀ ଅଧକ୍ଷ ବୈଜୟନ୍ତି ପଣ୍ଡା ସୂଚନାଦେଇଛନ୍ତି ।

ଅନ୍ୟପଟେ ଅଭିଯୁକ୍ତର ଘରଠାରୁ ନାଉଗାଁ ଥାନା ଶହେ ମିଟର ଦୂରତା ହୋଇଥିଲେ ମଧ୍ୟ ନାଉଗାଁ ପୋଲିସ ବ୍ରାଉନ ସୁଗାର କାରବାର ବିଷୟରେ କିପରି ଆଗରୁ ସୂଚନା ପାଇ ପାରୁନଥିଲା, ନା ନାଉଗାଁ ପୋଲିସ ପାଖରେ ଖବର ଥାଇ ମଧ୍ୟ ସେ ଅଜଣା ରହୁଥିଲା। ଯାହାକୁ ନେଇ ନାଉଗାଁ ପୋଲିସର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ