ଜାଣନ୍ତୁ ହାଇପରସୋନିକ୍ କ୍ଷେପଣାସ୍ତ୍ର କ’ଣ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଥମ ଥର ପାଇଁ ରୁଷିଆ ୟୁକ୍ରେନ୍ ବିରୋଧରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଛି । ମସ୍କୋ ୟୁକ୍ରେନ ବିରୁଦ୍ଧରେ ଏତେ ସଂଖ୍ୟକ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ କରିନଥିଲା । ୨୦୧୮ରେ ରୁଷ ଦ୍ୱାରା ବିକଶିତ ହୋଇଥିବା ନୂତନ ଅସ୍ତ୍ର ମଧ୍ୟରୁ ହାଇପରସୋନିକ୍ କ୍ଷେପଣାସ୍ତ୍ର ଗୋଟିଏ । ଏହା ରୁଷ ସେନାବାହିନୀ ଦ୍ୱାରା ମାର୍ଚ୍ଚ ୨୦୨୨ରେ ପରୀକ୍ଷା କରାଯାଇଥିଲା । ପ୍ରଥମ ଥର ପାଇଁ ଏହା ପଶ୍ଚିମ ୟୁକ୍ରେନର ଇଭାନୋସ୍ଥିତ ଡେଲିଆଟିନ୍ ଗାଁରେ ମାଡ଼ କରାଯାଇଥିଲା । ଏହାର ପ୍ରଭାବରେ ଏକ ବୃହତ ଭୂତଳ ଗୋଦାମ ନଷ୍ଟ କରି ଦେଇଥିଲା । ଆଖପାଖର ୩ କିଲୋମିଟର ବ୍ୟାପୀ ଅଞ୍ଚଳରେ ଥିବା ଘରଦ୍ୱାର ମାଟିରେ ମିଶିିବା ସହ ଗଛଗୁଡିକ ଜଳିଯାଇଥିଲା ।

ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଠାରୁ ହଜାରେ ଗୁଣ ଶକ୍ତିଶାଳୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ଅତ୍ୟନ୍ତ ମାରାତ୍ମକ । ହାଇପରସୋନିକ୍ କ୍ଷେପଣାସ୍ତ୍ର ରାଡାର ଦ୍ୱାରା ଚିହ୍ନଟ ହେବା ପୂର୍ବରୁ ଲକ୍ଷ୍ୟ ହାସଲ କରିଥାଏ । ଦୁଇ ପ୍ରକାରର ହାଇପରସୋନିକ୍ କ୍ଷେପଣାସ୍ତ୍ର ଅଛି । ହାଇପରସୋନିକ୍ ଗ୍ଲାଇଡ୍ ଓ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ । ହାଇପରସୋନିକ୍ ଗ୍ଲାଇଡ୍ ରକେଟରୁ ନିକ୍ଷେପ କରାଯାଉଥିବାବେଳେ ହାଇପରସୋନିକ୍ କ୍ରୁଜ୍ ହାଇସ୍ପିଡ୍ ଇଞ୍ଜିନ କିମ୍ବା ‘ସ୍କ୍ରାମଜେଟ୍’ ଦ୍ୱାରା ଚାଳିତ । ଘଣ୍ଟା ପ୍ରତି ୧,୨୫୦ ମାଇଲ୍ ବେଗରେ ଯାଉଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ର ଆକାଶରୁ ଭୂପୃଷ୍ଠ ଓ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରିବ । ଆଣବିକ ଶକ୍ତି ସମ୍ପନ୍ନ ଏହି କ୍ଷେପଣାସ୍ତ୍ରର ମଧ୍ୟ ମିଗ୍ -୩୧ ଯୁଦ୍ଧ ବିମାନରୁ ଉତକ୍ଷେପଣ କରାଯାଇାଇପାରିବ ବୋଲି ନ୍ୟୁୟର୍କ ଟାଇମ୍ସ କହିଛି। କିଞ୍ଜାଲ ବ୍ୟତୀତ ମସ୍କୋରେ ଅନ୍ୟ ଦୁଇ ପ୍ରକାରର ହାଇପରସୋନିକ୍ କ୍ଷେପଣାସ୍ତ୍ର ରହିଛି । ଗୋଟିଏ ହେଉଛି ଆଭାଙ୍ଗାର୍ଡ ହାଇପରସୋନିକ୍ ଗ୍ଲାଇଡ ।

ଏହା ଭୂପୃଷ୍ଠଠରୁ ବହୁ ଉଚ୍ଚରେ ଚିଲ ଭଳି ଉଡିପାରେ । ଅନ୍ୟଟି ହେଉଛି ଜିର୍କନ୍ ଆଣ୍ଟି କ୍ଷେପଣାସ୍ତ୍ର । ଏହି ଦୁଇ କ୍ଷେପଣାସ୍ତ୍ର ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ ଯୁଦ୍ଧରେ ବ୍ୟବହାର ହୋଇନାହିଁ । ସାମରିକ ବିଶେଷଜ୍ଞଙ୍କ ବାରଣ ସତ୍ତ୍ୱେ ରୁଷିଆ ୨୦୨୨ରେ ୟୁକ୍ରେନ୍ରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କଲା । ବିଶ୍ୱ ସମୁଦାୟ ଭାବିନେଇଥିଲେ ଭୂଗୋଳରୁ ୟୁକ୍ରେନ୍ ଲୋପ ।ଇଯିବ । ମାତ୍ର ସେଭଳି କିଛି ହେଲା ନାହିଁ । ବିଶ୍ୱ ଆଣବିକ ନୀତି କାର୍ଯ୍ୟକ୍ରମର ସହ-ନିର୍ଦ୍ଦେଶକ ଜେମ୍ସ ଆକଟନ୍ କହିଲେ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ନେଇ ରୁଷ ଯେଉଁ ଗର୍ବ କରୁଥିଲା ତାହା ନିରର୍ଥକ । ଆମେରିକାର ଉତ୍ତର କମାଣ୍ଡର ବାୟୁସେନା ମୁଖ୍ୟ ଜେନେରାଲ୍ ଗ୍ଲେନ୍ ୱାନ୍ ହେର୍କ୍ କହିଥିଲେ ରୁଷର ହାଇପରସୋନିକ୍ କ୍ଷେପଣାସ୍ତ୍ରଗୁଡିକ ସେଭଳି ଶକ୍ତିଶାଳୀ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ