Masthead

ବିନା ଭକ୍ତରେ ମା’ଙ୍କୁ ମେଲାଣି

ଦେବଗଡ଼ (ବଡ଼ ଖବର ବ୍ୟୁରୋ) : ୨୬ ବର୍ଷ ଧରି ବାରକୋଟରେ ଚାଲିଛି କାଳୀପୂଜା । ଦେବଗଡ଼ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା କାଳୀପୂଜା କୋଭିଡ ଯୋଗୁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହୋଇଛି । ଏପରି କି ମା’ଙ୍କୁ ବିନା ଭକ୍ତରେ ବିର୍ସଜନ କରାଯାଇଛି । ୨୦୧୯ରେ ବାରକୋଟବାସୀ କାଳୀପୂଜାର ରୋପ୍ୟ ଜୟନ୍ତୀ ପାଳନ କରିଥିଲେ । ମାତ୍ର କୋଭିଡ କଟକଣା ଯୋଗୁ ଏବର୍ଷ ସୁନ୍ଦର ତୋରଣ , ମିନାବଜ଼ାର ,ମେଲୋଡି, ଦୋଳି, ଅପେରା , ଫାଷ୍ଟଫୁଡ଼ ଷ୍ଟଲକୁ ବାରଣ କରାଯାଇଥିଲା । ଯେଉଁଥି ଲାଗି ବିନା ଭକ୍ତରେ ମା’ଙ୍କୁ ପୂଜା କରାଯାଇ ସ୍ଥାନୀୟ ପ୍ରଶାସନର ନିର୍ଦେଶରେ ନିରାଡ଼ମ୍ବର ଭାବେ ବିସର୍ଜନ କରାଯାଇଛି । ମା’ଙ୍କ ବିସର୍ଜନ ବେଳେ ସଭାପତି ନରେଶ ଜିତ କାର୍ଯ୍ୟକାରିଣୀ ସଭାପତି ହରିହର ପାଣି, ଗଣନାଥ ମହାପାତ୍ର, ଶଙ୍କର ପାଣି, ଲଷ୍ମୀଧର ରାଉତ, ବସନ୍ତ ମହାନ୍ତ, କୈଳାସ ପ୍ରଧାନ, ପ୍ରସନ୍ନ ସାହୁ, ଶିବ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ