Before Header

୨୧ ରନ୍‌ରେ ଜିତିଲା ଲକ୍ଷ୍ନୌ

0 1,047

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଆଇପିଏଲର ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ୨୧ ରନ୍‌ରେ ଜିତିଛି ଲକ୍ଷ୍ନୌ । ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା । ୨୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୭୮ ରନ୍ କରିଥିଲା ପଞ୍ଜାବ କିଙ୍ଗସ । ୨୦୦ ରନ୍‌ର ପିଛା କରିଥିବା ପଞ୍ଜାବ କିଙ୍ଗସ ଭଲ ଆରମ୍ଭ କରିଥିଲା । ଦଳ କୌଣସି ୱିକେଟ ନ ହରାଇ ୧୧ ଓଭର ବେଳକୁ ୧୦୦ ରନ୍ କରିଥିଲା । ୧୧.୪ ଓଭରରେ ଦଳ ପ୍ରଥମ ୱିକେଟ ଭାବେ ଜନ୍ନୀ ବେୟାରଷ୍ଟଙ୍କୁ ହରାଇଥିଲା ।

ସେ ୪୨ ରନ୍ କରି କ୍ୟାଚ୍ ଆଉଟ ହୋଇଥିଲେ । ୩ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରଭସିମରନ ସିଂହ ୭ଟି ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ମାତ୍ର ୬ ରନ୍ କରିଥିଲେ । ଲିଅମ ଲିଭିଙ୍ଗଷ୍ଟୋନ୍ ଅପରାଜିତ ରହି ୧୭ଟି ବଲ୍‌ରୁ ୨ଟି ଚୌକା ଓ ୨ ଟି ଛକା ସହ ୨୮ ରନ୍ କରିଥିଲେ ।କିନ୍ତୁ ଦଳକୁ ବିଜୟ ଦ୍ୱାର ଅତିକ୍ରମ କରାଇ ପାରି ନଥିଲେ । ସାମ କୁରେନ ଖାତା ଖୋଲି ପାରି ନଥିବା ବେଳେ ଶଶାଙ୍କ ସିଂହ ଅପରାଜିତ ୯ ରନ୍ କରିଥିଲେ । ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ ରେ ସୀମିତ ରହିଥିଲା ।

ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ୩ ଟି ଓ ମୋହସିନ ଖାନ ୨ଟି ୱିକେଟ୍ ନେଇଥିଲେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହାରିଛି ଓ ଗୋଟିଏ ଜିତିଛି । ଅନ୍ୟପକ୍ଷରେ ପଞ୍ଜାବ ୩ଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଦୁଇଟିରେ ହାରିଛି । ସେପଟେ ପଞ୍ଜାବ ବିପକ୍ଷରେ ୧୫୫ ଦଶମିକ ୮ କିଲୋମିଟର ବେଗରେ ବଲ ପକାଇବା ପରେ ମୟଙ୍କଙ୍କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ମୟଙ୍କ ଦମଦାର ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସକୁ ୨୧ ରନରେ ହରାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମୟଙ୍କ ୪ ଓଭର ବୋଲିଂ କରି ମାତ୍ର ୨୭ ରନ ଦେବା ସହ ତିନିଟି ୱିକେଟ ନେଇଥିଲେ । ଯାହା ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା

Leave A Reply

Your email address will not be published.