Masthead

ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ଜନ ସମାବେଶ

ଆଳି (ବଡ଼ ଖବର ବ୍ୟୁରୋ): ରାଜକନିକା-ଆଳି ଦେଇ ପ୍ରବାହିତ ଖରସ୍ରୋତା ନଦୀର ମେଗାଜଳ ପ୍ରକଳ୍ନ ବିରୋଧୀ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ରବିବାର ଜନସମାବେଶ ଡାକରା ଦିଆଯାଇଥିଲା । ଆୟୋଜିତ ସମାବେଶରେ ହଜାର ହଜାର ପ୍ରକଳ୍ପ ବିରୋଧୀ ଜନତା ସାମିଲ ହୋଇଥିଲେ । ସରକାର କେନ୍ଦ୍ରାପୋଡ଼ା ଜିଲ୍ଲାର ଜୀବନ ଜୀବିକାକୁ ମାରି ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଇବା ତଥା ଜିଲ୍ଲା ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଗନ୍ଧ ବାରି ହେଉଥିଲା ।

ଆୟୋଜିତ ସମାରୋହରେ ଆଦିବାସୀ ନେତା ପ୍ରଫୁଲ୍ଲ ସାମନ୍ତରାୟ, ପୋସ୍କ ବିରୋଧୀ ଓ କମ୍ୟୁନିଷ୍ଟ ନେତା ଅଭୟ ସାହୁ, ମହାନଦୀ ବଞ୍ଚାଓ ସମିତିର ସୁଦର୍ଶନ ଦାସ, କଂଗ୍ରେସର ରାଜ୍ୟ ମିଡ଼ିଆ ସେଲ୍ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କ୍ଷୀରୋଦ ରାଉତ, ଆଳି ପୂର୍ବତ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ବିଜେବି ଦଳର ବ୍ରଜସୁନ୍ଦର ଭୂୟାଁ, ଦୁର୍ଯ୍ୟୋଧନ ମହାନ୍ତି, ମଙ୍ଗୁଳି ଚରଣ ବେହେରା ପ୍ରମୁଖ ଯୋଗଦେଇ ଆଳି କନିକାର ଲୋକମାନଙ୍କ ଜୀବନ ଜୀବିକାକୁ ଉଜାଡ଼ିବାକୁ ଏହି ପ୍ରକଳ୍ପ କରାଯାଉଛି ବୋଲି ସ୍ୱର ଉତ୍ତୋଳନ କରିଥିଲେ ।

ସରକାର ପ୍ରକଳ୍ନ ବାହାନାରେ ଏକ ବିଦେଶୀ କମ୍ପାନୀର କୋଇଲା ଶୀତଳୀକରଣ ପାଇଁ ଏହି ଯୋଜନା କରିବା ତଥା ସ୍ଥାନୀୟ ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ଜନତାଙ୍କ ଭାତହାଣ୍ଡିରେ ଧୂଳି ଦେବା କଥା କହିଥିଲେ । ମେଗା ଜଳପ୍ରକଳ୍ପକୁ ଫେରାଇ ନେଇ ଅଞ୍ଚଳବାସୀଙ୍କ କଥା ଭାବିବା ଦରକାର ରହିଛି ବୋଲି ସମାବେଶର ବକ୍ତାମାନେ କହିଥିଲେ । ସରକାର ଯଦି ନିଜ ଜିଦ୍ରେ ଅଟଳ ରହିବେ ତେବେ ଖରସ୍ରୋତା ନଦୀର ସୁରକ୍ଷା ପାଇଁ ରକ୍ତର ସୁଅ ଛୁଟିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା