Masthead

ଅସହାୟ ମାନସିକ ଭିନ୍ନକ୍ଷମ

କଟକ(ବଡ଼ ଖବର ବ୍ୟୁରୋ): ଭାଗ୍ୟ କେତେବେଳେ ଯେ କାହାକୁ କେଉଁ ଆଡକୁ ଟାଣି ନେବ, ତାହା ମଣିଷ ନିଜେ ଜାଣିନଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଚାଉଳିଆଗଞ୍ଜର ଗୁରୁପ୍ରସାଦ ଶତପଥୀଙ୍କ ଜୀବନରେ । ୧୯୯୩ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଏସି ପାସ କରିବା ପରେ ଭୁବନେଶ୍ୱର ସ୍ଥିତ ଗ୍ଲୋରିଆଲ ଚାର୍ଟାର୍ଡ ଫାର୍ମରେ ଅଡିଟର ଭାବେ କାର୍ୟ୍ୟ କରୁଥିଲେ । ଗୁରୁପ୍ରସାଦ ଗତ ୨ ବର୍ଷ ପୂର୍ବରୁ ମାନସିକ ଭାରସାମ୍ୟ ହରାଇଥିଲେ । କେତେବେଳେ ରାସ୍ତା କଡରେ ତ କେତେବେଳେ କେଉଁ ଦୋକାନ ବାରଣ୍ଡାରେ ଖରା, ବର୍ଷା ଓ ଶୀତ କାକରରେ ଆଶ୍ରୟ ନେଉଥିଲେ । ତାଙ୍କ ପତ୍ନୀ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାର୍ୟ୍ୟ କରନ୍ତି । ତାଙ୍କର ଏକ ୯ ବର୍ଷର ଝିଅ ମଧ୍ୟ ରହିଛି । ପେଟର ଜ୍ୱାଳା ସହି ନ ପାରି ଭୋକ ବିକଳରେ କେତେ ବାବୁଙ୍କୁ ଖାଦ୍ୟ ମାଗିଛନ୍ତି ତାହାର ହିସାବ ନାହିଁ । ଅର୍ଥାଭାବରେ ଏହି ପରିବାର ଅସହାୟ ହୋଇପଡିଛନ୍ତି । ୨ବର୍ଷ ପୂର୍ବେ ଗୁରୁପ୍ରସାଦଙ୍କ ମାନସିକ ଅବସ୍ଥା ଖରାପ ହୋଇଥିଲା । ପରେ ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଅନ୍ୟପଟେ ତାଙ୍କ ସ୍ତ୍ରୀଙ୍କ ଉପରେ ପରିବାର ସମସ୍ତ ବୋଝ ପଡ଼ିଛି । ରାସନକାର୍ଡ ନଥିବାରୁ ସରକାରୀ ଚାଉଳ ପହଁଞ୍ଚି ପାରୁନି ଏହି ପରିବାର ପାଖରେ । ମାନସିକ ଦିବ୍ୟାଙ୍ଗର ପ୍ରମାଣପତ୍ର ମିଳିନଥିବାରୁ ସେ ମାସିକ ଭତ୍ତା ମଧ୍ୟ ପାଉନାହାନ୍ତି । ଗତ କିଛିଦିନ ପୂର୍ବରୁ ଜଣେ ସହୃଦୟ ବ୍ୟକ୍ତି ଗୁରୁପ୍ରସାଦ ରହୁଥିବା ସ୍ଥାନରେ ପହଂଚିଥିଲେ । ସମସ୍ତ ପ୍ରକାର ବନ୍ଦୋବସ୍ତ କରି ତାଙ୍କୁ ଏସସିବି ମାନସିକ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଏହି ମାନସିକ ଭିନ୍ନକ୍ଷମଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ