Masthead

ଆରମ୍ଭ ହେଲା ଧାନମଣ୍ଡି

ରାୟଗଡା (ବଡ଼ ଖବର ବ୍ୟୁରୋ) :ରାମନାଗୁଡା ବ୍ଲକ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଛି। ଏହି କାର୍ୟ୍ୟକ୍ରମରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ,ରାମନାଗୁଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,ଏଆରଟିଏସ ଟି.ଶବର,ରଞ୍ଜନ ନାୟକବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଫକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଚଳିତ ବର୍ଷ ପ୍ରଥମ କରି ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଛି । ଧାନର ସର୍ବାଧିକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୮୮ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୧୮୬୮ଟଙ୍କା ରହିଛି। ପ୍ରତ୍ୟେକ ଶୁକ୍ରବାର ଚାକୁଣ୍ଡା ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ । ସୋମବାର ଉକୁମ୍ବା ପଞ୍ଚାୟତ, ମଙ୍ଗଳବାର ଗୁମୁଡା, ବୁଧବାର କୁଜେନ୍ଦ୍ରୀରେ ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ବୋଲି କ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା