Masthead

ପିଲା ସଂଖ୍ୟା ୧୦୩, ଶିକ୍ଷକ ସଂଖ୍ୟା ଶୂନ୍

ବାହାନଗା (ବଡ଼ ଖବର ବ୍ୟୁରୋ): ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ହାତରେ ୫ଟି ବିଦ୍ୟାଳୟ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଶିବପୁରା ସ୍ଥିତ ପ୍ରାଣବନ୍ଧୁ ବିଦ୍ୟାପୀଠରୁ ଆସିଛି ଏପରି ୫ଟି ଶିକ୍ଷାର ବିକଳ ଚିତ୍ର । ଏହି ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୧୦୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ନାହାନ୍ତି ଜଣେ ହେବ ଶିକ୍ଷକ । ପରିଚାଳନା କମିଟିର ନିଦେ୍ର୍ଦଶରେ ଗ୍ରାମର ଶିକ୍ଷିତ ଯୁବତୀ ମାନେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ।

ପୂର୍ବତନ ପ୍ରଧାନଶିକ୍ଷକ, ପରିଚାଳନା କମିଟି, ପୂର୍ବତନ ଛାତ୍ର ଛାତ୍ରୀ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ଦିଆ ଯାଉନାହିଁ । ବିଦ୍ୟାଳୟ ଗୁଡିକୁ ୫ଟି ନାଁରେ ଉପରେ ରଙ୍ଗ ମାରି ଚିକଣ କରି ବାହା ବାହା ନେଉଥିବା ରାଜ୍ୟ ସରକାରଙ୍କ ଇଏ ହେଉଛି ବାସ୍ତବ ଚିତ୍ର । କମ୍ପ୍ୟୁଟର ଅଛି ହେଲେ ବିନା କମ୍ପ୍ୟୁଟର ଶିକ୍ଷକରେ କେମିତି ହେବ ପାଠ ପଢା, ବିଜ୍ଞାନ ଗାର ଅଛି ହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି ।

ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଜେ ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ୫ଟି ଶିକ୍ଷାର ଇଏ କିପ୍ରକାର ରୂପାନ୍ତର ଯେଉଁଠି ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଯେଉଁଥି ପାଇଁ ଭଲ ପାଠ ପଢିବାକୁ ଆଶା ରଖି ଆସିଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ଦେବାକୁ ଯାଉଛି । ଜଣେ ଚତୁର୍ଥୀ ଶ୍ରେଣୀ କର୍ମଚାରୀଙ୍କ ହାତରେ କିପରି ପିଲାମାନଙ୍କ ଭବିଷ୍ୟତ ଗଢ଼ା ଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ