Masthead

ଝିଅ ପାଠ ପଢୁନଥିଲା । ରାଗି ଯାଇଥିଲା ବାପା । ପକାଇଲା ଏକ ଶକ୍ତ ଚାପୁଡା, ତାପରେ…..

କୋରାପୁଟ(ବଡ଼ ଖବର ବ୍ୟୁରେ): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି । ତାଙ୍କ ୬ବର୍ଷର ଝିଅ ନିଖୋଜ ହୋଇଥିବା ଏକ ଫଟୋ ସହିତ ଖବର ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା । କିଛିଦିନ ପରେ ପଟାଙ୍ଗି ପୋଲିସ ବାଙ୍ଗୁରୁ ପାଙ୍ଗିଙ୍କୁ ଆଣି ଥାନାରେ ପଚାରାଉଚରା କରିଥିଲା । ବାଙ୍ଗୁରଙ୍କ ବୟାନ ପୋଲିସକୁ ଚକିତ କରିଦେଇଥିଲା ।
ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି । ପାଠ ପ୍ରତି ଥିଲା ତାଙ୍କର ଅନୁରାଗ । ୬ବର୍ଷର ଝିଅକୁ ପାଠପଢାଇ ଭଲ ମଣିଷ କରିବେ ବୋଲି ଦେଖିଲେ ସ୍ୱପ୍ନ । ମାତ୍ର ଛୋଟ ଝିଅଟି ପାଠ ନପଢି ସାଙ୍ଗସାଥୀଙ୍କ ମେଳରେ ଖେଳିବାକୁ ଭଲ ପାଉଥିଲା । ସହି ପାରିଲେନି ବାଙ୍ଗୁରୁ । ପକାଇଲେ ଏକ ଶକ୍ତ ଚାପୁଡା । ଗୋଟିଏ ଚାପୁଡା ହିଁ ଯଥେଷ୍ଠ ଥିଲା । ଚାଲିଗଲା ଝିଅର ଜୀବନ ।
ଝିଅ ମରିଗଲା ପରେ ବାଙ୍ଗୁରୁ ଓ ତାଙ୍କ ସ୍ତ୍ରୀ ଢେର କାନ୍ଦିଲେ । ପୋଲିସକୁ ଜଣାଇଲେ ସମସ୍ୟା ହେବ ଜାଣି ବାଙ୍ଗୁରୁ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ । .ଦେଓମାଳି ପାହାଡର ପାଦଦେଶରେ ଥିବା କୋଟିଆ ଘାଟି ଭୈରବୀ ମନ୍ଦିର ସାମ୍ନା ପାହାଡ଼ରେ ଗାତ ଖୋଳି ଝିଅର ଶବକୁ ପୋତି ଦେଇଥିଲେ ବାଙ୍ଗୁରୁ । ପରେ ଝିଅ ନିଖୋଜ ଥିବା ପଟାଙ୍ଗି ଥାନାରେ ଦେଇଥିଲେ ଏତଲା । ପୋଲିସ ଏକ ମାମଲା ରୁଜୁ କରି ଚଳାଇଥିଲା ତଦନ୍ତ ।

ଭାଇରାଲ ମେସେଜ ବାଙ୍ଗୁରୁଙ୍କ ପାଇଁ କାଳ ହୋଇଥିଲା । .ପୋଲିସ ଗୁରୁବାର ବାଙ୍ଗୁରୁଙ୍କୁ ଥାନାକୁ ଡାକି ଜେରା କରିଥିଲା । ଆଉ ବାଙ୍ଗୁରୁ ସତକଥା ଓଗାଳି ଦେଇଥିଲେ । ପୋଲିସ ବାଙ୍ଗୁରୁଙ୍କୁ ନେଇ ପହଂଚିଥିଲା ଭୈରବୀ ମନ୍ଦିର ସାମ୍ନା ପାହାଡ଼ରେ । ଖୋଳାଯାଇଥିଲା ଗାତ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସମେତ ୪ ଥାନାର ଅଧିଜାରୀ ସାମିଲ ହୋଇଥିଲେ । ପଟାଙ୍ଗି ଆଇଆଇସି ବିଜୟରାଜା ମାଝୀ, ସେମିଳିଗୁଡ଼ା ଆଇଆଇସି ଧୀରେନ କୁମାର ବେହେରା, ଦାମନଯୋଡ଼ି ଆଇଆଇସି ସୁମିତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରୁ ତଦନ୍ତରେ ସହାୟତା କରିଥିଲେ । ଶବ ପୋତିବାରେ ବାଙ୍ଗୁରୁ ପାଙ୍ଗିଙ୍କୁ ସହଯୋଗ କରିଥିବା ଲୋକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ