Masthead

ଝିଅ ପାଠ ପଢୁନଥିଲା । ରାଗି ଯାଇଥିଲା ବାପା । ପକାଇଲା ଏକ ଶକ୍ତ ଚାପୁଡା, ତାପରେ…..

କୋରାପୁଟ(ବଡ଼ ଖବର ବ୍ୟୁରେ): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି । ତାଙ୍କ ୬ବର୍ଷର ଝିଅ ନିଖୋଜ ହୋଇଥିବା ଏକ ଫଟୋ ସହିତ ଖବର ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା । କିଛିଦିନ ପରେ ପଟାଙ୍ଗି ପୋଲିସ ବାଙ୍ଗୁରୁ ପାଙ୍ଗିଙ୍କୁ ଆଣି ଥାନାରେ ପଚାରାଉଚରା କରିଥିଲା । ବାଙ୍ଗୁରଙ୍କ ବୟାନ ପୋଲିସକୁ ଚକିତ କରିଦେଇଥିଲା ।
ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି । ପାଠ ପ୍ରତି ଥିଲା ତାଙ୍କର ଅନୁରାଗ । ୬ବର୍ଷର ଝିଅକୁ ପାଠପଢାଇ ଭଲ ମଣିଷ କରିବେ ବୋଲି ଦେଖିଲେ ସ୍ୱପ୍ନ । ମାତ୍ର ଛୋଟ ଝିଅଟି ପାଠ ନପଢି ସାଙ୍ଗସାଥୀଙ୍କ ମେଳରେ ଖେଳିବାକୁ ଭଲ ପାଉଥିଲା । ସହି ପାରିଲେନି ବାଙ୍ଗୁରୁ । ପକାଇଲେ ଏକ ଶକ୍ତ ଚାପୁଡା । ଗୋଟିଏ ଚାପୁଡା ହିଁ ଯଥେଷ୍ଠ ଥିଲା । ଚାଲିଗଲା ଝିଅର ଜୀବନ ।
ଝିଅ ମରିଗଲା ପରେ ବାଙ୍ଗୁରୁ ଓ ତାଙ୍କ ସ୍ତ୍ରୀ ଢେର କାନ୍ଦିଲେ । ପୋଲିସକୁ ଜଣାଇଲେ ସମସ୍ୟା ହେବ ଜାଣି ବାଙ୍ଗୁରୁ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ । .ଦେଓମାଳି ପାହାଡର ପାଦଦେଶରେ ଥିବା କୋଟିଆ ଘାଟି ଭୈରବୀ ମନ୍ଦିର ସାମ୍ନା ପାହାଡ଼ରେ ଗାତ ଖୋଳି ଝିଅର ଶବକୁ ପୋତି ଦେଇଥିଲେ ବାଙ୍ଗୁରୁ । ପରେ ଝିଅ ନିଖୋଜ ଥିବା ପଟାଙ୍ଗି ଥାନାରେ ଦେଇଥିଲେ ଏତଲା । ପୋଲିସ ଏକ ମାମଲା ରୁଜୁ କରି ଚଳାଇଥିଲା ତଦନ୍ତ ।

ଭାଇରାଲ ମେସେଜ ବାଙ୍ଗୁରୁଙ୍କ ପାଇଁ କାଳ ହୋଇଥିଲା । .ପୋଲିସ ଗୁରୁବାର ବାଙ୍ଗୁରୁଙ୍କୁ ଥାନାକୁ ଡାକି ଜେରା କରିଥିଲା । ଆଉ ବାଙ୍ଗୁରୁ ସତକଥା ଓଗାଳି ଦେଇଥିଲେ । ପୋଲିସ ବାଙ୍ଗୁରୁଙ୍କୁ ନେଇ ପହଂଚିଥିଲା ଭୈରବୀ ମନ୍ଦିର ସାମ୍ନା ପାହାଡ଼ରେ । ଖୋଳାଯାଇଥିଲା ଗାତ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସମେତ ୪ ଥାନାର ଅଧିଜାରୀ ସାମିଲ ହୋଇଥିଲେ । ପଟାଙ୍ଗି ଆଇଆଇସି ବିଜୟରାଜା ମାଝୀ, ସେମିଳିଗୁଡ଼ା ଆଇଆଇସି ଧୀରେନ କୁମାର ବେହେରା, ଦାମନଯୋଡ଼ି ଆଇଆଇସି ସୁମିତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରୁ ତଦନ୍ତରେ ସହାୟତା କରିଥିଲେ । ଶବ ପୋତିବାରେ ବାଙ୍ଗୁରୁ ପାଙ୍ଗିଙ୍କୁ ସହଯୋଗ କରିଥିବା ଲୋକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା