Masthead

ପଦଯାତ୍ରାରେ ସାମିଲ ହେଲେ ୪୦ ହଜାରରୁ ଅଧିକ ରାମଭକ୍ତ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ୪୦ ହାଜରରୁ ଅଧିକ ପଦଯାତ୍ରାରେ ସାମିଲ ହେଲେ ରାମଭକ୍ତ । ପୋଲିସର ବ୍ୟାପକ ବ୍ୟବସ୍ଥା । ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଜନ୍ମ ଅବସରରେ ଗେରୁଆ ରଙ୍ଗ ଓ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ବାଲେଶ୍ବର ସହର । ଧୀରେ ଧୀରେ ବଢୁଛି ଭକ୍ତଙ୍କ ଭିଡ଼ । ବାଲେଶ୍ଵର ପର୍ମିଟ ପଡ଼ିଆରେ ବିଭିନ୍ନ ସଙ୍ଗଠନ ହେଉଛନ୍ତି ସାମିଲ । ପୂଜା ଅର୍ଚ୍ଚନାକରି ସହର ପରିକ୍ରମା ପାଇଁ ପାଖାପାଖି ୪୦ ହାଜର ପଦଯାତ୍ରାରେ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ସହରର ଛକ ଛକରେ କଡା କଡି ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ବ୍ୟବସ୍ଥା କରାଯାଇଛି ।

ଏହି ପଦଯାତ୍ରା ବାଲେଶ୍ବର ଜିଲ୍ଲାସ୍କୁଲ – ଷ୍ଟେସନ ଛକ – ଫାଣ୍ଡୀ ଛକ – ଚିଡ଼ିଆପୋଲ – ଟାଉନହଲ୍ – ମଣ୍ଡଳ ବଜାର – ଦାମୋଦର ପୁର – ଗୋଳା ପୋଖରୀ – ଟାଉନଥାନା – ସିନେମାଛକ ପରେ ପୁଣି ସେହି ପରମିଟ ପଡ଼ିଆ ଶେଷ ହେବ । ଚଳିତ ବର୍ଷ ଶ୍ରୀରାମ ଦରବାର, ଶ୍ରୀରାମ ଝାଙ୍କି, ପାରମ୍ପାରିକ ସିଂହ ବାଦ୍ୟଯନ୍ତ୍ର ପ୍ରଦର୍ଶନ, କେଉଁଝର ବାଜା, ଢେଙ୍କାନାଳ ବାଜା, ମୟୁରଭଞ୍ଜ ନୃତ୍ୟ, ପିଲାମାନଙ୍କ ଦ୍ଵାରା ପୌରାଣିକ ବେଶଭୂଷା ସହ ୨୫ ରୁ ଅଧିକ ଗାଁରୁ ମେଢ଼ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେହିପରି ବାଲେଶ୍ଵର ସମେତ ସୋର , ଜଳେଶ୍ବର ,ଭୋଗରାଇ ଓ ରେମୁଣା ରେ ମଧ୍ୟ ପାଳନ ହେଉଛି ରାମନବମୀ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ