ତିରୁପତି ଓରଫ ଦେବୁଜି ହେଲେ ମାଓ ସଂଗଠନ ମୁଖ୍ୟ ସଚିବ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଭାରତୀୟ ମାଓବାଦୀ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ। ତେଲେଙ୍ଗାନା କ୍ୟାର୍ଡର ତିରୁପତି ହେଲେ ଏବେ ମାଓ ସଂଗଠନ ମୁଖ୍ୟ ସଚିବ। ଛତିଶଗଡ ବହୁ ଚର୍ଚ୍ଚିତ ମାଓ କମାଣ୍ଡର ହିଡମା ସମ୍ଭାଳିବେ ବସ୍ତର ଅଞ୍ଚଳର କମାଣ। ମେ ୨୧ ତାରିଖରେ ନାରାୟଣପୁର ଜଙ୍ଗଲରେ ଏକ ଏନକାଉଣ୍ଟରରେ ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜଙ୍କ ସମେତ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।

ତେଲେଙ୍ଗାନାର କରିମନଗର ଜିଲ୍ଲାର ଦଳିତ ନେତା ତିରୁପତି ଓରଫ ଦେବୁଜିଙ୍କୁ ମାଓ ସଂଗଠନର ନୂତନ ମୁଖ୍ୟ ସଚିବ କରାଯାଇଛି। ସେହିପରି ପିଏଲଜିଏର ପ୍ରଥମ ବାଟାଲିୟନର କମାଣ୍ଡର ମାଣ୍ଡାଭି ହିଡମା ଓରଫ ସନ୍ତୋଷ ଓରଫ ହେଡମାଲୁଙ୍କୁ ସ୍ୱତନ୍ତ୍ର ଜୋନାଲ କମିଟି ସଚିବର ଦାୟିତ୍ୱ ମିଳିଛି। ହିଡମା ୨୦୧୦ ଦାନ୍ତେୱାଡା ଆକ୍ରମଣ ଏବଂ ୨୦୧୯ ରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟା ଭଳି ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। କେବଳ ତେଲେଙ୍ଗାନା କ୍ୟାର୍ଡର ମାଓବାଦୀଙ୍କୁ ବଡ଼ ବଡ଼ ପଦବୀ ମିଳିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା।

ସ୍ଥାନୀୟ ଅଞ୍ଚଳର ଆଦିବାସୀ ଯୁବକ ଯୁବତୀମାନଙ୍କୁ ପୁଲିସ ସହ ଲଢେ଼ଇ କରି ମରିବା ପାଇଁ ଛାଡୁଛନ୍ତି ବଡ଼ ଲିଡର। ସୁରକ୍ଷା ବାହିନୀର ନିରନ୍ତର ଅପରେସନ୍ ଯୋଗୁଁ ରେଡ୍ କରିଡର ଦୁର୍ବଳ ହୋଇଯାଇଛି। ଡଜନେ ଡଜନେ ବରିଷ୍ଠ ମାଓବାଦୀ ନିହତ ହେବା ସହ ଆତ୍ମସମର୍ପଣ କରିଛନ୍ତି। ଏବେ ମାଓ ସଂଗଠନ ନୂତନ ନେତୃତ୍ୱ ସହାୟତାରେ ସ୍ଥିତିକୁ ସୁଦୃଢ଼ କରିବା ଏବଂ ନିଜକୁ ପୁନର୍ଗଠିତ କରିବାକୁ ପ୍ରୟାସ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!