Masthead

ତିରୁପତି ଓରଫ ଦେବୁଜି ହେଲେ ମାଓ ସଂଗଠନ ମୁଖ୍ୟ ସଚିବ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଭାରତୀୟ ମାଓବାଦୀ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ। ତେଲେଙ୍ଗାନା କ୍ୟାର୍ଡର ତିରୁପତି ହେଲେ ଏବେ ମାଓ ସଂଗଠନ ମୁଖ୍ୟ ସଚିବ। ଛତିଶଗଡ ବହୁ ଚର୍ଚ୍ଚିତ ମାଓ କମାଣ୍ଡର ହିଡମା ସମ୍ଭାଳିବେ ବସ୍ତର ଅଞ୍ଚଳର କମାଣ। ମେ ୨୧ ତାରିଖରେ ନାରାୟଣପୁର ଜଙ୍ଗଲରେ ଏକ ଏନକାଉଣ୍ଟରରେ ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜଙ୍କ ସମେତ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।

ତେଲେଙ୍ଗାନାର କରିମନଗର ଜିଲ୍ଲାର ଦଳିତ ନେତା ତିରୁପତି ଓରଫ ଦେବୁଜିଙ୍କୁ ମାଓ ସଂଗଠନର ନୂତନ ମୁଖ୍ୟ ସଚିବ କରାଯାଇଛି। ସେହିପରି ପିଏଲଜିଏର ପ୍ରଥମ ବାଟାଲିୟନର କମାଣ୍ଡର ମାଣ୍ଡାଭି ହିଡମା ଓରଫ ସନ୍ତୋଷ ଓରଫ ହେଡମାଲୁଙ୍କୁ ସ୍ୱତନ୍ତ୍ର ଜୋନାଲ କମିଟି ସଚିବର ଦାୟିତ୍ୱ ମିଳିଛି। ହିଡମା ୨୦୧୦ ଦାନ୍ତେୱାଡା ଆକ୍ରମଣ ଏବଂ ୨୦୧୯ ରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟା ଭଳି ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। କେବଳ ତେଲେଙ୍ଗାନା କ୍ୟାର୍ଡର ମାଓବାଦୀଙ୍କୁ ବଡ଼ ବଡ଼ ପଦବୀ ମିଳିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା।

ସ୍ଥାନୀୟ ଅଞ୍ଚଳର ଆଦିବାସୀ ଯୁବକ ଯୁବତୀମାନଙ୍କୁ ପୁଲିସ ସହ ଲଢେ଼ଇ କରି ମରିବା ପାଇଁ ଛାଡୁଛନ୍ତି ବଡ଼ ଲିଡର। ସୁରକ୍ଷା ବାହିନୀର ନିରନ୍ତର ଅପରେସନ୍ ଯୋଗୁଁ ରେଡ୍ କରିଡର ଦୁର୍ବଳ ହୋଇଯାଇଛି। ଡଜନେ ଡଜନେ ବରିଷ୍ଠ ମାଓବାଦୀ ନିହତ ହେବା ସହ ଆତ୍ମସମର୍ପଣ କରିଛନ୍ତି। ଏବେ ମାଓ ସଂଗଠନ ନୂତନ ନେତୃତ୍ୱ ସହାୟତାରେ ସ୍ଥିତିକୁ ସୁଦୃଢ଼ କରିବା ଏବଂ ନିଜକୁ ପୁନର୍ଗଠିତ କରିବାକୁ ପ୍ରୟାସ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ