Masthead

ଅଧରାତିରେ ଲାଗିହେଲା ଗଜଭୋଗ

ଆଠଗଡ଼(ବଡ଼ ଖବର ବ୍ୟୁରୋ): କାର୍ତ୍ତିକ ଶୁକ୍ଲ ତ୍ରୟୋଦଶୀ-ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଧବଳେଶ୍ୱରଙ୍କୁ ଲାଗିହୋଇଛି ଗଜଭୋଗ ଓ ତରଣ । ବିନା ଭକ୍ତରେ ପାଳିତ ହୋଇଛି ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା । ସେବାୟତମାନେ ୨୫ବର୍ଷ ପରେ ଠାକୁରଙ୍କୁ ଦିବ୍ୟ କିରାତାର୍ଜ୍ଜୁନ ବେଶରେ ସଜାଇଥିଲେ । ଅଷ୍ଟଧାତୁରେ ନିର୍ମିତ ଚନ୍ଦ୍ର, ତ୍ରିଶୂଳ, ଡମ୍ବରୁ ଆଦି ଆୟୂଧ ଧାରଣ କରିଥିଲେ ଠାକୁର । କିନ୍ତୁ ଏହି ଅପୂର୍ବ ବେଶ ଦର୍ଶନପାଇଁ ନଥିଲେ ଭକ୍ତ । କରୋନା ମାହାରୀ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଭକ୍ତଙ୍କ ସାଗମ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ତ୍ରୟୋଦଶୀ-ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଖୋଲିଥିଲା ଠାକୁରଙ୍କ ପହଡ଼ । ୧୦୮ ଗରା ମହାନଦୀ ଜଳରେ ପ୍ରଭୁଙ୍କ ସ୍ନାନାଦି ନୀତି ସମାପନ ପରେ ଖେଚୁଡି ଭୋଗ ଲାଗିକରାଯାଇଥିଲା । ପରେ ଘର୍ଷଣ ଭୋଗ ଓ ପାଳୁଅ ଭୋଗ ଲାଗି କରାଯାଇଥିଲା । ରାତି ୨.୧୫ରେ ବହୁ ପ୍ରତିକ୍ଷିତ ଗଜଭୋଗ ଲାଗି କରାଯାଇଥିଲା । ଧବଳେଶ୍ୱରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । କଟକ ଗ୍ରାମାଞ୍ଚଳ ଏସପିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ପିକେ ଜେନା, ଅଲେଖ ଚନ୍ଦ୍ର ପହୀ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ ମଲ୍ଲ, ଗୁରୁଡିଝାଟିଆ ଆଇଆଇସି ସମୀରପଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଠଗଡ଼ ଦେବୋତ୍ତର ବିଭାଗର ସହଯୋଗରେ ପୂଜକ ସମିତିର ସଦସ୍ୟମାନେ ପ୍ରଭୁ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ