Masthead

ଅଧରାତିରେ ଲାଗିହେଲା ଗଜଭୋଗ

ଆଠଗଡ଼(ବଡ଼ ଖବର ବ୍ୟୁରୋ): କାର୍ତ୍ତିକ ଶୁକ୍ଲ ତ୍ରୟୋଦଶୀ-ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଧବଳେଶ୍ୱରଙ୍କୁ ଲାଗିହୋଇଛି ଗଜଭୋଗ ଓ ତରଣ । ବିନା ଭକ୍ତରେ ପାଳିତ ହୋଇଛି ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା । ସେବାୟତମାନେ ୨୫ବର୍ଷ ପରେ ଠାକୁରଙ୍କୁ ଦିବ୍ୟ କିରାତାର୍ଜ୍ଜୁନ ବେଶରେ ସଜାଇଥିଲେ । ଅଷ୍ଟଧାତୁରେ ନିର୍ମିତ ଚନ୍ଦ୍ର, ତ୍ରିଶୂଳ, ଡମ୍ବରୁ ଆଦି ଆୟୂଧ ଧାରଣ କରିଥିଲେ ଠାକୁର । କିନ୍ତୁ ଏହି ଅପୂର୍ବ ବେଶ ଦର୍ଶନପାଇଁ ନଥିଲେ ଭକ୍ତ । କରୋନା ମାହାରୀ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଭକ୍ତଙ୍କ ସାଗମ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ତ୍ରୟୋଦଶୀ-ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଖୋଲିଥିଲା ଠାକୁରଙ୍କ ପହଡ଼ । ୧୦୮ ଗରା ମହାନଦୀ ଜଳରେ ପ୍ରଭୁଙ୍କ ସ୍ନାନାଦି ନୀତି ସମାପନ ପରେ ଖେଚୁଡି ଭୋଗ ଲାଗିକରାଯାଇଥିଲା । ପରେ ଘର୍ଷଣ ଭୋଗ ଓ ପାଳୁଅ ଭୋଗ ଲାଗି କରାଯାଇଥିଲା । ରାତି ୨.୧୫ରେ ବହୁ ପ୍ରତିକ୍ଷିତ ଗଜଭୋଗ ଲାଗି କରାଯାଇଥିଲା । ଧବଳେଶ୍ୱରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । କଟକ ଗ୍ରାମାଞ୍ଚଳ ଏସପିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ପିକେ ଜେନା, ଅଲେଖ ଚନ୍ଦ୍ର ପହୀ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ ମଲ୍ଲ, ଗୁରୁଡିଝାଟିଆ ଆଇଆଇସି ସମୀରପଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଠଗଡ଼ ଦେବୋତ୍ତର ବିଭାଗର ସହଯୋଗରେ ପୂଜକ ସମିତିର ସଦସ୍ୟମାନେ ପ୍ରଭୁ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ