Masthead

ମିଶନ ‘ସାଞ୍ଚି’ର ଶୁଭାରମ୍ଭ

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ମହିଳାଙ୍କ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମାସିକ ଋତୁସ୍ରାବର ସ୍ୱଚ୍ଛତା ପାଇଁ ସାଞ୍ଚି ନାମରେ ଏକ ମିଶନ ଆରମ୍ଭ ହୋଇଛି । ଓଡ଼ିଶାରେ ସ୍ଥାନୀୟ ସମାଜର ସଶକ୍ତିକରଣ ତଥା ମେଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଛି । ଶ୍ରୀ ମେଟାଲିକ୍ ଲିମିଟେଡ଼ ଅଧୀନରେ କାର୍ୟ୍ୟ କରୁଥିବା ଏକ ଫାଉଣ୍ଡେସନ୍ ଦୌପଦୀ ଦେବୀ କଲ୍ୟାଣ ସଂଗଠନ ଜରିଆରେ ତାଲିମ କେନ୍ଦ୍ର ‘ସାଞ୍ଚି’ ଆରମ୍ଭ କରିଛି। ଓଡିଶାରେ ସ୍ଥାନୀୟସମାଜକୁ ମଜବୁତ କରିବା ସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ମାଧ୍ୟମରେ ମହିଳା, ବିଶେଷ ଭାବରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ବଞ୍ଚିତ ସମ୍ପ୍ରଦାୟକୁ ସଶକ୍ତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ନିର୍ମିତ ଉଚ୍ଚମାନର ସାନିଟାରୀ ପ୍ୟାଡ୍ ଯୋଗାଉଥିବାବେଳେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ବୃଦ୍ଧି କରିବାକୁ ସାଞ୍ଚି ଲକ୍ଷ୍ୟ ରଖିଛି ।

ସାଞ୍ଚିର ପ୍ରକଳ୍ପ ନିର୍ଦ୍ଦେଶକ ଶାଲିନୀ କୌଶିକ କହିଛନ୍ତି, ଯେ କିଶୋର ଏବଂ ମହିଳା ଜନସଂଖ୍ୟାର ସାମଗ୍ରିକ ସ୍ୱାସ୍ଥ୍ୟ ତଥା କଲ୍ୟାଣରେ ମହିଳା ଋତୁସ୍ରାବର ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହାର ଲକ୍ଷ୍ୟକୁ ବିସ୍ତାର କରିବା ଏବଂ ମହିଳା, ବାଳିକା ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ତାଲିକାରେ ମହିଳା ଋତୁସ୍ରାବ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା । ଏହି ମିଶନକୁ ଉଦଘାଟନ କରିଥିଲେ ଓଡ଼ିଶାର ସମାଜ ସେବି ଡ଼କ୍ଟର ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ବଡ଼ବିଲ ତହସିଲ ଦାର ଆଲୋକ କୁମାର ପଟେଲ, ଚମ୍ପୁଆ ତହସିଲ ଦାର ଡକ୍ଟର ସାଇ ସସ୍ମିତା ହୋତା, ବଡବିଲ ନଗର ପାଳ ଲଖଣ ମହାନ୍ତ, ବଡବିଲ ର କାର୍ୟ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଓଏମସିର ଆରମ୍ ଅବନୀ କାନ୍ତ ପ୍ରଧାନ, ବଡ଼ବିଲ ସେନ୍ଟମାରୀ ସ୍କୁଲ ର ପ୍ରିନସିପାଲ ସିଷ୍ଟର କରୁଣା, ମେଟାଲିକର ଏମଡି ନଳିନୀ ଆଗ୍ରୱାଲ, ସାଞ୍ଚି ପ୍ରୋଜେକ୍ଟ ଅଧ୍ୟକ୍ଷ ଶାଳିନୀ କୌଶିକ ଓ ଶ୍ରୀମେଟାଲିକ ଡି ରକଟର ଶ୍ରୀ ରମଣ ଶର୍ମା ଓ ସମସ୍ତ କର୍ମଚାରୀ ରହି ଉଦଘାଟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼