Masthead

ଅସୁରକ୍ଷିତ ମହାପ୍ରଭୁଙ୍କ ବେଶ ସାମଗ୍ରୀ

ପୁରୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ । ବେଶ ଓଲାଗି ହେବାର ୨୪ଘଣ୍ଟା ନପୂରୁଣୁ ଵିଵାଦ ଘେରରେ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ । ଜଗନ୍ନାଥପ୍ରେମୀ କିପରି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ସେ ନେଇ ଅଭଡ଼ା ଯୋଜନାରେ ବ୍ୟବସ୍ଥା କରାଯାଇଥିଲା । ଜଗନ୍ନାଥବଲ୍ଲଭ ମଧ୍ୟରେ ହେବାକୁ ଥିବା ନୀଳାଦ୍ରି ମ୍ୟୁଜିୟମରେ ବେଶ ସରଞ୍ଜାମ ରଖାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ମହାପ୍ରଭୁଙ୍କ ନାଗାର୍ଜୁନ ବେଶର କିଛି ଅଂଶ ଚନ୍ଦ୍ର, ସୂର୍ଯ୍ୟ ଜଣେ ବରିଷ୍ଠ ସେବାୟତ ନିଜ ଘରକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା । ‘ବଡ ଖବର’ରେ ଖବର ପ୍ରସାରଣ ପରେ ପ୍ରଭାବ ଦେଖିବାକୁ ମିଳିଥିଲା । ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଏହା ମଧ୍ୟରେ ନାଗାର୍ଜୁନ ବେଶରେ ଲାଗିଥିବା ବାଘ ଛାଲ କେହି ନେଇଯାଇଥିବା ଏବେ ଚର୍ଚ୍ଚା ହେଉଛି । ଆଜି ନାଗାର୍ଜୁନ ବେଶର ଫୁଲ ଓ କଦମ୍ବଫୁଲ ଝରା କେହି ନେଇଯାଇଥିବା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନାଗାର୍ଜୁନ ବେଶ ଓଲାଗି ପରେ ସୁରକ୍ଷିତ ଅଛି ନା ନାହିଁ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଉ ବୋଲି ଜଗନ୍ନାଥ ସେନା ମୁଖ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ଦାବି କରିଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ