Masthead

ଅସୁରକ୍ଷିତ ମହାପ୍ରଭୁଙ୍କ ବେଶ ସାମଗ୍ରୀ

ପୁରୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ । ବେଶ ଓଲାଗି ହେବାର ୨୪ଘଣ୍ଟା ନପୂରୁଣୁ ଵିଵାଦ ଘେରରେ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ । ଜଗନ୍ନାଥପ୍ରେମୀ କିପରି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ସେ ନେଇ ଅଭଡ଼ା ଯୋଜନାରେ ବ୍ୟବସ୍ଥା କରାଯାଇଥିଲା । ଜଗନ୍ନାଥବଲ୍ଲଭ ମଧ୍ୟରେ ହେବାକୁ ଥିବା ନୀଳାଦ୍ରି ମ୍ୟୁଜିୟମରେ ବେଶ ସରଞ୍ଜାମ ରଖାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ମହାପ୍ରଭୁଙ୍କ ନାଗାର୍ଜୁନ ବେଶର କିଛି ଅଂଶ ଚନ୍ଦ୍ର, ସୂର୍ଯ୍ୟ ଜଣେ ବରିଷ୍ଠ ସେବାୟତ ନିଜ ଘରକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା । ‘ବଡ ଖବର’ରେ ଖବର ପ୍ରସାରଣ ପରେ ପ୍ରଭାବ ଦେଖିବାକୁ ମିଳିଥିଲା । ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଏହା ମଧ୍ୟରେ ନାଗାର୍ଜୁନ ବେଶରେ ଲାଗିଥିବା ବାଘ ଛାଲ କେହି ନେଇଯାଇଥିବା ଏବେ ଚର୍ଚ୍ଚା ହେଉଛି । ଆଜି ନାଗାର୍ଜୁନ ବେଶର ଫୁଲ ଓ କଦମ୍ବଫୁଲ ଝରା କେହି ନେଇଯାଇଥିବା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନାଗାର୍ଜୁନ ବେଶ ଓଲାଗି ପରେ ସୁରକ୍ଷିତ ଅଛି ନା ନାହିଁ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଉ ବୋଲି ଜଗନ୍ନାଥ ସେନା ମୁଖ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ଦାବି କରିଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା