Masthead

ଦୁଇଟି ଗୋଡ଼ ଅଚଳ -ବାପା ମାଆ ହିଁ ଭରସା

ବୈପାରିଗୁଡା(ବଡ଼ ଖବର ବ୍ୟୁରୋ): ଜନ୍ମରୁ ଦୁଇଟି ଗୋଡ଼ ଅଚଳ। ଭୂଇଁ ଉପରେ ପାଦ ପକେଇ ଠିଆ ହେବା ସମର୍ଥ ନୁହେଁ । ଯନ୍ତ୍ରଣାଜନିତ ଜୀବନ ନେଇ ବଞ୍ଚିଛି ଲିପସା । ୪ ବର୍ଷ ବୟସରେ ବାପା ମାଆଙ୍କ ସାହାରା ନେଇ ପାଦ ପକେଇବାକୁ ଚେଷ୍ଟା କରିବା ସତ୍ତ୍ୱେ ଚାଲିପାରୁନି । ବୈପାରିଗୁଡା ବ୍ଲକ ଚେରକା ଗ୍ରାମର ଆମେସ୍ ମାଣ୍ଡିଙ୍କ ଝିଅ ଲିପସା । ବିଛଣାରେ ପଡି ଦିନ କଟୁଛି । ପାଖ ପଡିଶାର ପିଲାମାନେ ଖେଳକୁଦ କରୁଥିବାବେଳେ ବିଚାରି ଜଳ ଜଳ ହୋଇ ଚାହିଁ ରହିଥାଏ । ମନ ବୁଝାଇବା ପାଇଁ ବାପା ଆମେଶ ଏବଂ ମାଆ ଲକ୍ଷ୍ମୀ ଝିଅର ହାତ ଧରି ଚଲେଇବାକୁ ଚେଷ୍ଟା କରନ୍ତି ।

ଗୋଡ଼ ଦୁଇଟି ଅଚଳ ହେତୁ ଗୋଡର ଆଙ୍ଗୁଠି ଟିପରେ ବଳ ଖଟେଇ ଚାଲିବାକୁ ଚେଷ୍ଟା କରୁ କରୁ ବାରମ୍ବାର ପଡ଼ିଯାଏ । ଆମେଶଙ୍କ କହିବାନୁସାରେ ଲିପସାକୁ ଦୁଇ ବର୍ଷ ବୟସ ହୋଇଥିବାବେଳେ ଚାଲିବାର ଅକ୍ଷମତା ଜାଣିପାରିଥିଲେ । ପରେ ଲମତାପୁଟ ସ୍ଥିତ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ପରେ ଜୟପୁର ଡାକ୍ତରଖାନାକୁ ମଧ୍ୟ ଚିକିତ୍ସା ପାଇଁ ନେଇ ଖାଲି ହାତରେ ଫେରିବାକୁ ପଡ଼ିଥିଲା। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ମଧ୍ୟ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ବୟସ ବଢିବା ପରେ ଧୀରେ ଧୀରେ ଚାଲିପାରିବ ବୋଲି ପରାମର୍ଶ ଦେଇଥିଲେ ।

ଦୁଇଟି କୃତ୍ରିମ ଗୋଡ଼ ପ୍ରଦାନ କରିଥିଲେ। ତାହା କୈାଣସି କାମରେ ଆସୁନଥିବା ଆମେଶ ପ୍ରକାଶ କରିଛନ୍ତି । ପୋଲିଓ ଟିକା ଦିଆଯାଇଥିଲା କି ନାହିଁ ପ୍ରଶ୍ନ କରିଥିଲେ । ଟିକା ଦିଆଯାଇଛି କହିଛନ୍ତି ବାପା ଆମେଶ । ଲିପସା ବୟସର ଅନ୍ୟ ପିଲାମାନେ ଖେଳୁଥିବା ବେଳେ ନିଜ ଝିଅର ଅକ୍ଷମତା ସମ୍ପର୍କରେ ପ୍ରକାଶ କରି ମାଆ ଲକ୍ଷ୍ମୀ କାନ୍ଦି ପକାଇଥିଲେ । ଗରିବ ପରିବାର ହୋଇଥିବାରୁ ଉନ୍ନତମାନର ଚିକିତ୍ସା ପାଇଁ ସମ୍ବଳ ନଥିବା ଦର୍ଶାଇଛନ୍ତି । ସରକାର ସାହାଯ୍ୟ କରିବାକୁ ଆମେଶ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଆକୁଳ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି