Masthead

ଶବ ସତ୍କାର ପାଇଁ ମଶାଣିରେ ମିଳୁନି ଜାଗା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଶବ ସତ୍କାର ପାଇଁ ମଶାଣିରେ ମିଳୁନି ଜାଗା । ଶବଦାହକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଲାଗିରହିଛି ବାଦବିବାଦ । ୨୪ ଘଣ୍ଟାରୁ ଅଧିକ ଦାଣ୍ଡରେ ପଡିରହିଛି ଶବ । ଗତକାଲି ଚାଲାଣଗୁଡା ପଞ୍ଚାୟତ ଡଡିଗୁଡା ଗାଁର ଘଟିଛି ଏଭଳି ଅଘଟଣ । ମୃତକ ପାଣ୍ଡୁ ମାଡକାମିଙ୍କୁ ଗ୍ରାମବାସୀ ମାଶାଣିରେ ସତ୍କାର କରିବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ବିବାଦ । ଗାଁରେ ପ୍ରାୟ ୯୦ଟି କୋୟା ଆଦିବାସୀ ପରିବାର ବସବାସ କରନ୍ତି । ସମସ୍ତେ ହିନ୍ଦୁ ଧର୍ମାବଲମ୍ବୀ । ପାଣ୍ଡୁ ମାଡକାମିଙ୍କ ପରିବାର କିଛିଦିନ ତଳେ ଧର୍ମ ପରିବର୍ତ୍ତନ କରିଥିଲେ । ଗାଁ ଲୋକେ ହିନ୍ଦୁ ମଶାଣିରେ ତାଙ୍କର ଶବ ସତ୍କାର କରିବାକୁ ରୋକଠୋକ୍ ମନା କରିଥିଲେ । ଏହାକୁ ନେଇ ସାରାଦିନ ଗାଁରେ ଉତ୍ତେଜନା ଲାଗି ରହିଥିଲା । ମାଲକାନଗିରି ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ନିଷ୍କର୍ଷ ବାହାରିନଥିଲା । ବାଧ୍ୟ ହୋଇ ରାତିରେ ମାଲକାନଗିରି ତହସିଲଦାର ଗାଁରେ ପହଞ୍ଚି ସଭା କରିଥିଲେ । ସଭାରେ ମୃତକଙ୍କ ପରିବାର ଲୋକେ ନିଜ ଜମିରେ ସତ୍କାର କରିବାକୁ ଅନୁମତି ମାଗିଥିଲେ । ତଥାପି ଗାଁ ଲୋକେ ରାଜି ହୋଇନଥିଲେ । ଗାଁ ଲୋକଙ୍କ ଗୋଟିଏ ଜିଦ୍ ଥିଲା ଶବକୁ ଗାଁ ବାହାରେ ସତ୍କାର କରାଯାଉ । ମାତ୍ର ରାଜି ହୋଇନଥିଲେ ମୃତକଙ୍କ ପରିବାର । ବର୍ତ୍ତମାନ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଗାଁକୁ ଜଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ