Before Header

କେନାଲ ଭିତରୁ କାର ସହ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

0 51

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ପାଖ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ଭିତରୁ କାର ସହିତ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଡ୍ରାଇଭର ଜଣଙ୍କ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ଝରଣବାହାଳ ଗାଁର ଅନନ୍ତ ସିଂହ । ଅନନ୍ତ ଗତ ୪ ତାରିଖ ଦିନ ସକାଳ ୯ ଟା ବେଳେ କାର ନେଇ ଯାଇ ଆଉ ଘରକୁ ଫେରିନଥିଲେ । ଏ ନେଇ ୫ ତାରିଖ ଦିନ କୁଲେଇ ଗାଁର କାର ମାଲିକ ପ୍ରମୋଦ ସାହୁ ଦଦରାଘାଟି ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଚାରିଆଡେ ଖୋଜାଖୋଜି ଜାରି ରଖିଥିଲା । ଆଜି ସକାଳେ କୁଲେଇ ଗାଁ କେନାଲ ନିକଟରେ ଲୋକଙ୍କ ସନ୍ଦେହ ଜାତ ହେବାରୁ କେନାଲ ଭିତରୁ ଖୋଜା ଖୋଜି କରି କାର ସହିତ ଡ୍ରାଇଭରଙ୍କ ମୃତ ଦେହ ମିଳିଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।ଏହି ମୃତ ଡ୍ରାଇଭରଙ୍କୁ ହତ୍ୟାକାଣ୍ଡର ଶିକାର ହୋଇଥିବା ସନ୍ଧେହ କରାଯାଉଛି।ଡ୍ରାଇଭର ସିଟରେ ବସି ଚଳାଉନ ଥିବା ପାରି ପର୍ଶ୍ଵରୁ ଜଣାପଡୁଛି।

Leave A Reply

Your email address will not be published.