Masthead

ଗ୍ରାମବାସୀଙ୍କ ନିବେଦନ ସରକାର ଶୁଣିବେ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଅର୍ଥ ଅଭାବରୁ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରାଜେଶ । ପାଖରେ ନାହିଁ ଧନ । ଦୁଇବର୍ଷ ହେବ ଘରେ ପଡିରହିଛନ୍ତି । ତାଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚିପାରିନାହିଁ । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ପାଲଟପୁର ପଞ୍ଚାୟତ ମୁରାରୀପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଗନ ଜେନା , ସ୍ତ୍ରୀ ପାଞ୍ଚାଳୀ ଜେନା , ତାଙ୍କର ଗୋଟେ ଝିଅ ଓ ପୁଅ କୁ ନେଇ ପରିବାର । ଗଗନ ଜେନା ରାଜମିସ୍ତ୍ରୀ କାମ କରି ପରିବାର ପୋଷଣ କରିନ୍ତିା ପୁଅ ରାଜେଶଙ୍କର ପଢିବା ବୟସରେ ଗୋଡ଼, ହାତ ଧୀରେ ଧୀରେ ଫୁଲିବା ଆରମ୍ଭ ହୋଇଥିଲା । ଡାକ୍ତରଙ୍କ ସହ ଯୋଗାଯୋଗ ପରେ ପୁଅକୁ କିଡନୀ ରୋଗ ହୋଇଛି ବୋଲି ଜାଣିଥିଲେ ।

ଗଗନଙ୍କ ପାଖରେ ଯାହା ସମ୍ବଳ ଥିଲା ସବୁ ଖର୍ଚ୍ଚ ହୋଇଗଲା । ଔଷଧ କିଣି ପୁଅକୁ ଭଲ କରିବାକୁ ପଇସାଟିଏ ନଥିଲା । ଗ୍ରାମବାସୀଙ୍କ ସହାୟତାରେ ପୁଅକୁ ଏସିବି ମେଡିକାଲରେ ଚିକିତ୍ସା କରାଉଥିଲେ । ବେଶୀଦିନ ରହି ଚିକିତ୍ସା କରାଇବା ତାଙ୍କ ପାଖରେ ସମ୍ଭବ ନଥିଲା । । ତେଣୁ ସେ ଘରକୁ ଫେରି ଆସିଥିଲେ । । ଏ ପର୍ୟ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ଅଛନ୍ତି । ପରିବାର ପୋଷଣ କରିବା ବଦଳରେ ଘରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ରାଜେଶ । ଅସହାୟ ଅବସ୍ଥାରେ ଏଣେ ତେଣେ ଭିକ୍ଷା କରୁଛନ୍ତି ବାପା ମା । ସରକାର ଦୃଷ୍ଟି ଦେଇ ରାଜେଶ ଜେନାଙ୍କୁ ଶୀଘ୍ର ସହାୟତା କରିବାକୁ ଗ୍ରାମବାସୀ ମାନଙ୍କର ନିବେଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର