Masthead

ଗ୍ରାମବାସୀଙ୍କୁ ପାଣି ଯୋଗାଇଲେ ସରପଞ୍ଚ

ହାଟଡ଼ିହି( ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢେଙ୍କା ପଂଚାୟତ ଝଣଝଣା ,କାଳିଆମ୍ବ, ସଙ୍ଗମ ଗାଁକୁ ଦୀର୍ଘ ପାଞ୍ଚ ଛଅ ମାସ ଧରି ପାଣି ଦେଉନଥିଲା ଜଳଯୋଗାଣ ବିଭାଗ। ଏହି ଅଞ୍ଚଳଟି ପାହାଡିଆ ହୋଇଥିବାରୁ ସବୁବେଳେ ପାଣି ସମସ୍ୟା ଲାଗିରହିଥାଏ । ବିଭାଗ ପକ୍ଷରୁ ପାଣିଟାଙ୍କିକୁ ଯୋଗାଉଥିବା ମଟରର ବକେୟା ଇଲେକ୍ଟ୍ରି ବିଲ ବାକି ଥିବା କହି କରେଣ୍ଟ କାଟିଦିଆଯାଉଥିଲା। ଏହାର ପରିଣତି ଗରିବ ଲୋକଙ୍କୁ ଭୋଗିବାକୁ ପଡୁଥିଲା। ତାଙ୍କ ସମସ୍ୟା କେହି ବୁଝି ନଥିଲେ । ସେମାନେ ଆଜି ସକାଳୁ ହଦଗଡ଼- ଛେନାପଦି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସୋସୋ ପୁଲିସ ପଂହଁଚି ସମସ୍ୟା ବୁଝିଥିଲା। ପ୍ରାୟ ଦୁଇଘଣ୍ଟା ଧରି ରାସ୍ତା ବନ୍ଦ ରହିବା ପରେ ସରପଞ୍ଚ ଆସି କରେଣ୍ଟ ସଂଯୋଗ କରିଥିଲେ । ରାସ୍ତା ଅବରୋଧ ହଟି ଥିଲା ଓ ପାଣି ଦିଆ ଯିବ ବୋଲି ପ୍ରତିଶୁତି ମିଳିଥିଲା। ପୁରୁଣା ବକେୟା ଅର୍ଥ ସମ୍ପୂର୍ଣ୍ଣ ଦିଆଯାଇନଥିବାରୁ କେତେଦିନ ଚାଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା