ଚାକିରିରେ କରୋନା ଛାଟ: ଦ୍ୱିତୀୟ ଲହରରେ ମେ ମାସ ସୁଦ୍ଧା ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଚାକିରି ଉପରେ କରୋନା ଛାଟ । ପ୍ରାୟ ଏକ କୋଟି ଭାରତୀୟ ହରାଇଛନ୍ତି ଚାକିରି । ଏହାଛଡା କରୋନା ଆରମ୍ଭରୁ ଏଯାଏଁ ଦେଶରେ ୯୭ ପ୍ରତିଶତ ପରିବାରଙ୍କ କମିଛି ଆୟ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି, ସିଏମଆଇଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦେଶରେ ବର୍ତ୍ତମାନ ବେରୋଜଗାର ହାର ରହିଛି ୧୨.୧୫ ପ୍ରତିଶତ । ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିଲା । ମେ ମାସ ଶେଷ ସୁଦ୍ଧା ଏହା ୧୨.୧୫ ପ୍ରତିଶତକୁ ବଢିପାରେ ବୋଲି ସିଏମଆଇଇ ଅନୁମାନ କରିଛି । କରୋନାର ଦ୍ୱିତୀୟ ଲହରକୁ ବୋକାରୀର ମୁଖ୍ୟ କାରଣ ବୋଲି କୁହାଯାଇଛି । ସଂସ୍ଥା ଆକଳନ କରିଛି, ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ । ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନୂଆ ନିଯୁକ୍ତି ନ ଦେବା ଯୋଗୁଁ ବେକାରୀ ସମସ୍ୟା ବଢିଛି । କେବଳ ଆଇଟି କ୍ଷେତ୍ରକୁ ଛାଡିଦେଲେ ଅନ୍ୟ କୌଣସି କ୍ଷେତ୍ରରେ ବିଶେଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ ।

ଗତ ଏପ୍ରିଲ ମାସରେ ସିଏମଆଇଇ ସମଗ୍ର ଦେଶରେ ୧ କୋଟି ୭୫ ଲକ୍ଷ ପରିବାରଙ୍କ ଉପରେ ଏହି ସର୍ବେକ୍ଷଣ କରିଥିଲା । କରୋନାର ଦ୍ଵିତୀୟ ଲହରରେ ପରିବାରର ଆୟ ମଧ୍ୟ ହ୍ରାସ ପାଇଥିବା ସର୍ଭେରେ ଦର୍ଶାଯାଇଛି । ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ