ପୁରୀକୁ ଟ୍ରେନ୍ ଚଳାଚଳ ଉପରେ ପ୍ରତବନ୍ଧକ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ରଥଯାତ୍ରାରେ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଛି ରେଳବାଇ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । କରୋନାକୁ ଚେକ୍ ଦେବା ପାଇଁ ରଥ ଯାତ୍ରା ସମୟରେ ପୁରୀକୁ ଟ୍ରେନ୍ ଚଳାଚଳ ଉପରେ ପ୍ରତବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ । ୨୬ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ । ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ ।

ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ୨୧ଟି ଦୂରଗାମୀ ବିଶେଷ ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ । ୫ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ । ସେହିପରି ଦୈନନ୍ଦିନ ଚଳାଚଳ କରୁଥିବା ୫ଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!