Masthead

ଅକ୍ଷୟ କୁମାରଙ୍କ ଅଯୋଧ୍ୟା ଯାତ୍ରା, କାହିଁକି ଜାଣନ୍ତୁ…..

ମୁମ୍ବାଇ(ବଡ ଖବର ବ୍ୟୁରୋ): ଆକ୍ସନ କୁମାର ଅକ୍ଷୟ ଯାତ୍ରା କରିଛନ୍ତି ଅଯୋଧ୍ୟାକୁ । ତେବେ ଅଯୋଧ୍ୟା ଦର୍ଶନ ପାଇଁ ନୁହେଁ ବରଂ ରାମ ସେତୁ ପ୍ରତିଷ୍ଠା ପାଇଁ । ଚଳିତ ସପ୍ତାହର ଆରମ୍ଭରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅକ୍ଷୟଙ୍କ ସାକ୍ଷାତ ହୋଇଥିଲା । ସାକ୍ଷାତ ସମୟରେ ଅକ୍ଷୟ ରାମସେତୁ ନାମରେ ଏକ ଫିଲ୍ମ ବନାଇବାକୁ ଚାହୁଁଛନ୍ତି ଯାହା ପ୍ରଭୁ ଶ୍ରୀରାମଙ୍କ ବାସ୍ତବ ଜୀବନୀ ଉପରେ ଆଧାରିତ ହେବ । ଏଥିରେ ରାମସେତୁ ପ୍ରତିଷ୍ଠା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ସେ ରାମ ସେତୁ ଥିବା ପ୍ରକୃତ ସ୍ଥାନ ଅଯୋଧ୍ୟାରେ ସୁଟ କରିବାକୁ ଚାହୁଁଛନ୍ତି ବୋଲି ଯୋଗୀଙ୍କୁ ଜଣାଇଥିଲେ । ଯୋଗୀ ମଧ୍ୟ ଉତ୍ତର ପ୍ରଦେଶରେ ଫିଲ୍ମ ସିଟି ବନାଇବାକୁ ଚାହୁଁଥିବାର ଅକ୍ଷୟଙ୍କ ସହ ଅନ୍ୟ ପ୍ରଯୋଜକମାନଙ୍କୁ ଜଣାଇଥିଲେ । ଅକ୍ଷୟ ରାମ ସେତୁର ଷ୍ଟୋରୀକୁ ବାସ୍ତବତାର ରୂପଦେବା ପାଇଁ ନିଜର ସମସ୍ତ ଚେଷ୍ଟା ଲଗାଇଛନ୍ତି । ଅକ୍ଷୟଙ୍କୁ ଏହି କାମରେ ତାଙ୍କ ନିର୍ଦ୍ଦେଶକ ଅଭିଶେକ ଶର୍ମା ସାହାଯ୍ୟ କରୁଛନ୍ତି । ସେଥିପାଇଁ ଫିଲ୍ମକୁ ଅଯୋଧ୍ୟାରେ ସୁଟ କରିବା ପାଇଁ ସେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଲାଗୁଛି ଅକ୍ଷୟଙ୍କ ଯୋଗୀଙ୍କ ସହ ସାକ୍ଷାତ କରିବା ଫଳପ୍ରଦ ହୋଇଛି । ରାମ ସେତୁ ୨୦୨୧ର ମଧ୍ୟଭାଗରେ ରିଲିଜ ହେବ ବୋଲି ସୂଚନା ମିଳୁଛି । ବିଶ୍ୱ ଦରବାରରେ ଭାରତର ସଂସ୍କୃତି ଓ ପୁରାଣଗାଥାକୁ ଦର୍ଶାଇବା ପାଇଁ ଅକ୍ଷୟ ରାମ ସେତୁ ଫିଲ୍ମର ନିର୍ମାଣ କରୁଛନ୍ତି । ଏଥିସହ ଅକ୍ଷୟଙ୍କୁ ୨୦୨୧ରେ ବେଲ ବଟ୍ଟମ, ଅତରଙ୍ଗି ରେ, ପ୍ରିଥ୍ୱିରାଜ, ରକ୍ଷା ବନ୍ଧନ, ସୌର୍ୟବଂଶି ଓ ବଚ୍ଚନ ପାଣ୍ଡେ ଆଦି ଫିଲ୍ମରେ ଦେଖିବାକୁ ମିଳିବ । ସେଥିମଧ୍ୟରୁ ଅକ୍ଷୟଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ଅତରଙ୍ଗି ରେ ଫିଲ୍ମର ଏକ ଲୁକ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏଥିରେ ଅକ୍ଷୟ ଫିଲ୍ମର ଲିଡ ଆକ୍ଟ୍ରେସ ସାରା ଅଲ୍ଲୀ ଖାନଙ୍କ ସହ ନଜର ଆସୁଛନ୍ତି । ଅକ୍ଷୟ ଓ ସାରା ଫଟୋରେ କାନ୍ଧରେ ହାତ ପକାପକି ହୋଇ ହସି ହସି ବୁଲୁଥିବାର ଦେଖାଯାଇଛି । ସାରା ଏକ ହଳଦୀ ରଙ୍ଗର ଶାଢୀ ପିନ୍ଧିଥିବାବେଳେ ଅକ୍ଷୟ ଧଳା ସାର୍ଟ ସହ ବ୍ଲାକ ଜ୍ୟାକେଟରେ ନଜର ଆସୁଛନ୍ତି । ଅକ୍ଷୟଙ୍କ ପୋଷ୍ଟରେ ସେ ଲାଇଟ, କ୍ୟାମେରା ଓ ଆକ୍ସନ ଭଳି ୩ଟି ଶବ୍ଦ ଶୁଣି ଖୁସି ଏବଂ ଅତରଙ୍ଗି ରେ ଫିଲ୍ମ ପାଇଁ ସୁଟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି । ଅତରଙ୍ଗି ରେ ଫିଲ୍ମରେ ଅନ୍ୟତମ ଲିଡ ଭାବରେ ସାଉଥଷ୍ଟାର ଧନୁଶଙ୍କୁ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍