Masthead

ଚହଲଙ୍କ ବୋଲିଂ ମନ୍ତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚୁଡ଼ାନ୍ତ ଏକାଦଶରେ ନଥାଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଲେ ୟୁଜବେନ୍ଦ୍ର ଚହଲ । କିପରି ଭାବରେ ଚହଲ ଚୁଡ଼ାନ୍ତ ଏକାଦଶରେ ନଥାଇ ବୋଲିଂ କଲେ ଓ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରୁଥିବା ରବିନ୍ଦ୍ର ଜାଡେଜା ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲରେ ଆହତ ହୋଇଥିଲେ । ଷ୍ଟାର୍କଙ୍କ ବାଉନସର ଜାଡେଜାଙ୍କ ମୁଣ୍ଡରେ ବାଜିବାରୁ ସେ ଗଭୀର ଭାବରେ ଆହତ ହୋଇଥିଲେ । ଏହା ପରେ ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଥିଲା । ଏଠାରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କିପରି ଚହଲ ଚୁଡ଼ାନ୍ତ ଏକାଦଶରେ ନଥାଇ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ଆଇସିସିର ନିୟମ ଅନୁଯାୟୀ କୌଣସି ଖେଳାଳୀଙ୍କ ମୁଣ୍ଡରେ ବଲ ବାଜିଲେ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳୀଙ୍କୁ ଖେଳାଇବାରେ ନିୟମ ରହିଛି । ଏହି ନିୟମ ଗତବର୍ଷରୁ ଲାଗୁ ହୋଇ ଆସୁଛି । ଏହି ନିୟମ ଅନୁସାରେ ଜାଡେଜାଙ୍କ ସ୍ଥାନରେ ଚହଲ ପଡ଼ିଆକୁ ଓହ୍ଲାଇଥିଲେ ।

କିନ୍ତୁ ଏହାକୁ ବିରୋଧ କରିଥିଲେ ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗର । ଚହଲ ଖେଳିବା ନେଇ ଲାଙ୍ଗର ମ୍ୟାଚ ରେଫରୀ ଡେଭିଡ ବୁନଙ୍କ ସହ ଯୁକ୍ତିତର୍କ କରୁଥବା ଟେଲିଭିଜନ ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଜାଡେଜାଙ୍କ ସ୍ଥାନ ନେଇଥିବା ଚହଲ ମ୍ୟାଚରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରି ଭାରତକୁ ବିଜୟ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ସେ ଆରେନ ଫିଞ୍ଚ , ଷ୍ଟିଭ ସ୍ମିଥ ଓ ମ୍ୟାଥ୍ୱ ୱେଡଙ୍କ ୱିକେଟ ଅକ୍ତିଆର କରିଥିଲେ । ମ୍ୟାଚ ପରବର୍ତ୍ତି ପ୍ରେସ କନଫରେନ୍ସରେ ଚହଲ କହିଥିଲେ କି ଅଷ୍ଟ୍ରେଲିଆ ପାଳି ଆରମ୍ଭର ୧୦-୧୫ ମିନିଟ ପୂର୍ବରୁ ସେ ଖେଳିବେ ବୋଲି ସୂଚନା ପାଇଥିଲି ।

ସେ ଆହୁରି ମଧ୍ୟ କହିଥିଲେ କି ‘ଭଲ ଅନୁଭବ ଥିଲା, ମୋ ଉପରେ କୌଣସି ଚାପ ନଥିଲା’ । ପ୍ରଥମ ଇନିଂସରେ ଆମ ବ୍ୟାଟ୍ସମ୍ୟାନ ସ୍ପିନରଙ୍କ ବଲରେ ରନ କରିବା ସହଜ ନଥିଲା । ତେଣୁ ମୁଁ ମୋର ରଣନୀତି ଅନୁଯାୟୀ ବୋଲିଂ କରୁଥିଲି ବୋଲି ଚହଲ କହିଛନ୍ତି । ବିକଳ୍ପ ଖେଳାଳୀ ରୂପେ ଚୟନ ହୋଇଥିବା ଚହଲ ମ୍ୟାନ ଅଫ ଦି ମ୍ୟାଚ ହେବାପରେ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା