Masthead

ଆଜିଠୁ “ମିଶନ ରୋଜଗାର” ଅଭିଯାନ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ମିଶନ ରୋଜଗାର ଅଭିଯାନ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଠାରୁ ରାଜ୍ୟ ସରକାର ମିଶନରେ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନ ଅଧିନରେ ସରକାର ବର୍ଷ ଶେଷ ସୁଦ୍ଧା ୫୦ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ଇତିହାସରେ ରୋଜଗାର ପାଇଁ ଏହା ସବୁଠାରୁ ବଡ଼ ଅଭିଯାନ । ଏହି ଅଭିଯାନ ଅଧିନରେ ଯୁବକଙ୍କୁ ରାଜ୍ୟରେ ଆତ୍ମନିଯୁକ୍ତି, ଦକ୍ଷତା ତାଲିମ ଏବଂ ଶିକ୍ଷାଦାନ ମାଓ୍ୟମରେ ନିଯୁକ୍ତି ଯୋଗାଇ ଦିଆଯିବ । ତିୱାରୀ ରାଜସ୍ୱ ପରିଷଦ, କୃଷି ଉତ୍ପାଦନ କମିଶନର, ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ କମିଶନର, ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ସଚିବ, ସମସ୍ତ ବିଭାଗର ମୁଖ୍ୟ, ବିଭାଗୀୟ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହି ଅଭିଯାନ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି, ଏହି ମିଶନ ଅଧିନରେ ବିଭିନ୍ନ ବିଭାଗ, ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନିଗମ, ପରିଷଦ, ବୋର୍ଡ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ଥାନୀୟ ସଂସ୍ଥା, ବିକାଶ କର୍ତ୍ତୃପକ୍ଷ ଏବଂ ଶିଳ୍ପ ବିକାଶ କର୍ତ୍ତୃପକ୍ଷ ସାମିଲ ହେବେ । ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି, ସ୍ୱୟଂ ନିଯୁକ୍ତି, ଦକ୍ଷତା ତାଲିମ ଏବଂ ଶିକ୍ଷାଦାନ, ଜମି ବଣ୍ଟନ, ସର୍ବାଧିକ ନିଯୁକ୍ତି ସୃଷ୍ଟି, ବିଭିନ୍ନ ପ୍ରକାରର ଲାଇସେନ୍ସ ଏବଂ ଅନୁମତି ମାଧ୍ୟମରେ ସ୍ୱୟଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର