Before Header

ଚନ୍ଦ୍ରପୁରରେ ମାଓପୋଷ୍ଟର

0 99

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପଙ୍କାଲଗୁଡା ପୋଲ ନିକଟରେ ମାଓବାଦୀଙ୍କ ମାଓପୋଷ୍ଟର ଦେଖିବାକୁ ମିଳିଛି । ନକ୍ସଲମାନେ ଉକ୍ତ ପୋଲ ନିକଟରେ ଗଛକାଟି ରାସ୍ତା ଅବରୋଧ କରିବା ସହିତ ଏକ ବ୍ୟାନର ଲଗାଇଛନ୍ତି । ବ୍ୟାନରେ  ଆଜି କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି, ଗଞ୍ଜାମ ସାତ ଜିଲ୍ଲାକୁ ୨୪ ଘଣ୍ଟିଆ ବନ୍ଦ ପାଳନ କରିବା ସହିତ ବାର୍ଦ୍ଧକ୍ୟ ଭତ୍ତା , ବେକାରୀ ଭତ୍ତା ଏବଂ ଦଳିତ ଓ ଆଦିବାସୀ ପିଲାଙ୍କୁ ମାସକୁ ତିନି ହଜାର ଟଙ୍କା ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ମାଓବାଦୀଙ୍କ ଏପରି ଗଛକାଟି ରାସ୍ତା ଅବରୋଧ ଓ ବନ୍ଦ ପାଳନକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସିପିଆଇ ମାଓବାଦୀ ବିଜିଏନଲ୍ କମିଟି ଏହି ବ୍ୟାନରଟି ଲଗାଇଥିବା ଜଣାପଡିଛି ।

Leave A Reply

Your email address will not be published.